ହତ୍ୟା ଅଭିଯୋଗରେ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ ଶୁଣାଇଲେ କୋର୍ଟ। ଗୁଣି ଗାରେଡ଼ି ସନ୍ଦେହରେ ସମ୍ପୃକ୍ତ ଅଭିଯୁକ୍ତ ତାଙ୍କ ଭାଇ ବୋହୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ହତ୍ୟା ମାମଲାର ବିଚାର କରି ଚମ୍ପୁଆ ଅତିରିକ୍ତ ଜିଲ୍ଲା ବିଚାରପତି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଅଭିଯୁକ୍ତଙ୍କ ପରିଚୟ ମୋହନ ମୁଣ୍ଡା। ତାଙ୍କୁ ଅଦାଲତ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଖବର ଅନୁସାରେ, ୨୦୧୮ରେ ରୁଗୁଡ଼ି ଥାନା, ବରପଦା ଗାଁରେ ମୋହନ ମୁଣ୍ଡା ଗୁଣି ଗାରେଡ଼ି ସନ୍ଦେହରେ ନିଜ ଭାଇ ବୋହୁ ମନୀଷା ମୁଣ୍ଡାଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା କରିଥିଲେ।