ଓଡ଼ିଶା ଟି-୨୦ ମୁଖ୍ୟମନ୍ତ୍ରୀ ଟ୍ରଫି: ବିପ୍ଲବ ସାମନ୍ତରାୟଙ୍କୁ କଟକ-ପାନ୍ଥର୍ର୍ସର ଅଧିନାୟକ ଦାୟିତ୍ୱ ଦେଲା ‘ଭାରତ ମସଲା’
୧୬ ଜଣ ଖେଳାଳୀ ହେଲେ ଚୟନ
କଟକ, ୦୭/୦୯: ବାରବାଟୀ ଷ୍ଟାଡ଼ିୟମରେ ସେପ୍ଟେମ୍ବର ୨୦ରୁ ଆରମ୍ଭ ହେବାକୁ ଯାଉଥିବା ଓ ଓଡ଼ିଶା ଟି-୨୦ ମୁଖ୍ୟମନ୍ତ୍ରୀ କ୍ରିକେଟ୍ ଟ୍ରଫିରେ ଭାଗ ନେଇଥିବା ୬ଟି ଦଳ ମଧ୍ୟରୁ କଟକ-ପାନ୍ଥରର୍ସକୁ ଜୟ ଭାରତ ସ୍ପାଇସ୍ପେସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ କିଣାଯାଇଥିଲା । ଏହି ପରିପ୍ରେକ୍ଷୀରେ ଓସିଏ ପକ୍ଷରୁ ଖେଳାଳିମାନଙ୍କୁ ଡ୍ରାପ୍ଟ ଜରିଆରେ ଚୟନ କରାଯାଇଛି । ଏଥିରେ କଟକ-ପାନ୍ଥରର୍ସ ଏ-କାଟାଗୋରୀରେ କ୍ରିକେଟର୍ ବିପ୍ଲବ ସାମନ୍ତରାୟଙ୍କୁ ଅଧିନାୟକ ଭାବେ ଜୟ ଭାରତ ସ୍ପାଇସ୍ପେସ୍ ଚୟନ କରିଛି । ସେହିପରି ସୌରଭ ଗୌଡ଼, ଶୁଭମ ଶତ୍ରୁଜିତ୍, କାର୍ତ୍ତିକ ବିଶ୍ୱାଳ, ପ୍ରଶାନ୍ତ ରଣାଙ୍କୁ ମଧ୍ୟ ଜୟ ଭାରତ ସ୍ପାଇସେସ୍ ଏ-କାଟାଗୋରୀରେ ଅର୍ନ୍ତଭୁକ୍ତ କରି ଚୟନ କରିଛି । ଡ୍ରାପ୍ଟ ଚୟନରେ ବି-କାଟୋଗୋରୀରେ ଅଭିଷେକ ସିଂ, ପିୟୂସ ମନ୍ତ୍ରୀ, ପ୍ରିୟାଶୁଂ ମହାନ୍ତି ଓ ରାଜ୍ ଯାଦବ ଓ ସି-କାଟାଗୋରୀରେ ସୁବାଶିଷ ମଲ୍ଲିକ, ଅଭିରୂପ ଦାଶ, ସାର୍ଥକ ଏସ୍ ପ୍ରକାଶ, ଶିବୁନ୍ ନନ୍ଦ ଏବଂ ଡି କାତାଗୋରିରେ ସୌମ୍ୟରଂଜନ ବିଶ୍ବାଳ, ଏମ୍ ଗୌତମ ଗୋପାଳ ଓ ଡି ଆୟୁଷଙ୍କୁ ଖେଳାଳି ଭାବେ କମ୍ପାନୀ ପକ୍ଷରୁ ବଛାଯାଇଛି । ଏହି ଚୟନ ବେଳେ ଜୟ ଭାରତ ସ୍ପାଇସେସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା, ନିର୍ଦ୍ଦେଶିକା ଏସ୍.ଏନ୍ ମିଲେନିୟମ୍, ଜିଏମ୍ ବିପିନ୍ ରାଉତ, ଜିଏମ୍ ଅରୁଣ ନାୟକ ଉପସ୍ଥିତ ରହି ଖେଳାଳିମାନଙ୍କୁ ବାଛିଥିଲେ । ହେଡ୍-କୋଚ୍ ଭାବେ ପ୍ରଭଞ୍ଜନ ମଲ୍ଲିକ୍ ଏବଂ ସହଯୋଗୀ କୋଚ୍ ଭାବେ ଦୀପକ ମଙ୍ଗରାଜଙ୍କୁ ଦୟିତ୍ୱ ଦାୟିତ୍ୱ ଦିଆଯାଇଛି ।
ଚୟନ ହୋଇଥିବା କ୍ରିକେଟରଙ୍କ ଅଭିଜ୍ଞତା, ନେତୃତ୍ୱ ଦକ୍ଷତା ଓ ଯୁବ କ୍ରିକେଟରମାନଙ୍କୁ ମାର୍ଗଦର୍ଶନ କରିବାର କ୍ଷମତା କଟକ-ପାନ୍ଥରର୍ସ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସମ୍ପଦ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି ଅବସରରେ ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ପଣ୍ଡା କହିଛନ୍ତି ଯେ, କଟକ-ପାନ୍ଥରର୍ସର ଉଦ୍ଦେଶ୍ୟ କେବଳ ଏକ ଟି-୨୦ ଦଳ ଗଠନ କରି ପ୍ରତିଯୋଗିତାରେ ଭାଗ ନେବା ନୁହେଁ; ବରଂ ଓଡ଼ିଶାର ମାଟିରେ ଲୁଚି ରହିଥିବା ପ୍ରତିଭାମାନଙ୍କୁ ଖୋଜି ବାହାର କରି ସେମାନଙ୍କୁ ଏକ ସୁଯୋଗ ଓ ଉପଯୁକ୍ତ ପ୍ଲାଟଫର୍ମ ପ୍ରଦାନ କରିବା । ସେ ଆହୁରି କହିଛନ୍ତି ଯେ, ଯୁବ ଖେଳାଳିଙ୍କ ପାଇଁ ଉଚ୍ଚମାନର କୋଚିଂ, ଫିଟନେସ୍ ଟ୍ରେନିଂ, ମ୍ୟାଚ୍ ଏକ୍ସପୋଜର୍, ମାନସିକ ପ୍ରସ୍ତୁତି ଓ ଆଧୁନିକ କ୍ରିକେଟ୍ ଟେକ୍ନିକ୍ ଉପରେ ଗୁରୁତ୍ୱ ଦିଆଯିବ । ପ୍ରତିଭାକୁ ସୁଯୋଗ ସହିତ ଯୋଡ଼ିବା ଏବଂ ଖେଳାଳିମାନଙ୍କୁ ପର୍ଯ୍ୟାୟକ୍ରମେ ଉଚ୍ଚସ୍ତରୀୟ କ୍ରିକେଟ୍ ପାଇଁ ପ୍ରସ୍ତୁତ କରିବା ଦୀର୍ଘମିଆଦୀ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି । କଟକ-ପାନ୍ଥରର୍ସରୁ ବାହାରିବାକୁ ଥିବା କ୍ରିକେଟର୍ମାନେ ଆଇପିଏଲ୍ରେ ଖେଳିବାର ସମସ୍ତ ସୁଯୋଗ ଜୟ ଭାରତ ସ୍ପାଇସ୍ପେସ୍ ପ୍ରଦାନ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।