ଭୁବନେଶ୍ଵର, ୦୭/୦୯: ଏକ ଜଟିଳ ତଥା ବିରଳ ଅସ୍ତ୍ରୋପଚାର କରି ଜଣେ ୯୨ବର୍ଷୀୟା ବୃଦ୍ଧାଙ୍କ ଜୀବନ ବଞ୍ଚାଇଛନ୍ତି ହାଇଟେକ୍ ମେଡିକାଲ କଲେଜ୍ ଓ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରୀ ଦଳ । ରାତି ପ୍ରାୟ ୨ଟାରେ ପ୍ରଫେସର ଡାକ୍ତର ରିତେଶ ଆଚାର୍ଯ୍ୟ ଓ ତାଙ୍କ ଟିମ୍ ଏହି ଅସ୍ତ୍ରୋପଚାର କରିଥିଲେ । ବୃଦ୍ଧାଙ୍କ ସାନପୁଅ ଅରୁଣ ପଣ୍ଡାଙ୍କ କହିବା ହେଲା ଯେ, ତାଙ୍କ ମାଆଙ୍କ ପ୍ରଥମେ ପ୍ରବଳ ଛାତି ଯନ୍ତ୍ରଣା, ବାନ୍ତି ଓ ଝାଳ ବାହାରିବା ପରେ ପରିବାର ଲୋକ ହାର୍ଟ ଆଟାକ୍ ସନ୍ଦେହ କରି ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ I ପ୍ରାରମ୍ଭିକ ଯାଞ୍ଚ ପରେ, ବୃଦ୍ଧାଙ୍କ ଡାହାଣପଟ ରକ୍ତନଳୀରେ ୧୦୦% ବ୍ଲକେଜ୍ ଥିବା ଜଣାପଡିଥିଲା I ଅଧିକ ବୟସ କାରଣରୁ ଅନ୍ୟ ଡାକ୍ତରଖାନାଗୁଡ଼ିକ ଷ୍ଟେଣ୍ଟ ଲଗାଇବାକୁ ପଛଘୁଞ୍ଚା ଦେଇଥିବା ବେଳେ, ବୃଦ୍ଧାଙ୍କ ଅବସ୍ଥା କ୍ରମଶଃ ସଙ୍କଟାପନ୍ନ ହେବାରେ ଲାଗିଥିଲା, ତେଣୁ ପରିବାର ଲୋକ, ସଙ୍ଗେସଙ୍ଗେ ସଂପୃକ୍ତ ବୃଦ୍ଧାଙ୍କୁ ହାଇଟେକ୍ ମେଡିକାଲ୍ର ହୃଦରୋଗ ବିଭାଗରେ ଭର୍ଭି କରିଥିଲେ । ହାଇଟେକ୍ର ହୃଦରୋଗ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ରିତେଶ ଆଚାର୍ଯ୍ୟ ଓ ତାଙ୍କ ଟିମ୍ ତୁରନ୍ତ ପରୀକ୍ଷାନିରୀକ୍ଷା କରିଥିଲେ ଏବଂ ବିଳମ୍ବିତ ରାତି ପ୍ରାୟ ୨ଟାରେ ସଫଳତାର ସହ ବୃଦ୍ଧାଙ୍କ ହାର୍ଟରେ ଷ୍ଟେଣ୍ଟ ଲଗାଯାଇଥିଲା I କିଛି ଘଣ୍ଟା ପରେ ବୃଦ୍ଧା ମହିଳା ଜଣକ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଥିଲା I ଡାକ୍ତରଖାନାରେ ଦୁଇଦିନ ରହିବା ପରେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛନ୍ତି, ବୃଦ୍ଧାଙ୍କ ପରିବାର ଲୋକ ହାଇଟେକ୍ ମେଡିକାଲ୍ର ଡାକ୍ତର ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି I ହାଇଟେକ୍ ମେଡିକାଲ୍ରେ ପୁର୍ବରୁ ମଧ୍ୟ ଅନେକ ଜଟିଳ ଅସ୍ତ୍ରୋପଚାର କରାଯାଇ ରୋଗୀକୁ ସୁସ୍ଥ କରାଯାଇପାରିଛି, କାରଣ ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ସବୁବେଳେ ରୋଗୀର ସୁସ୍ଥତାକୁ ଅଧିକ ଗୁରୁତ୍ଵ ଦେଇ ଆସିଛନ୍ତି, ତେଣୁ ଆଜି ମଧ୍ଯ ହାଇଟେକ୍ ମେଡିକାଲ୍, ରୋଗୀ ଓ ସେମାନଙ୍କ ପରିବାରର ପ୍ରଥମ ପସନ୍ଦ l