ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଏସବିଆଇ ଦେଲା ୧.୩୦ କୋଟି
ମୁଖ୍ୟମନ୍ତ୍ରୀଙ୍କୁ ଚେକ୍ ହସ୍ତାନ୍ତର କଲେ ଏସବିଆଇ ସିଜିଏମ
ଭୁବନେଶ୍ୱର, ୭/୯: ଓଡ଼ିଶାରେ ଚାଲିଥିବା ବିଭିନ୍ନ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ୩୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସୋମବାର ଲୋକସେବା ଭବନରେ ଏହି ଅର୍ଥରାଶିର ଚେକ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ହସ୍ତାନ୍ତର କରାଯାଇଛି।
ଏସବିଆଇ ଓଡ଼ିଶା ସର୍କଲର ଚିଫ୍ ଜେନେରାଲ୍ ମ୍ୟାନେଜର (ସିଜିଏମ) ରାକେଶ କୁମାର ଯାଦବ ମୁଖ୍ୟମନ୍ତ୍ରୀଙ୍କୁ ଏହି ଚେକ୍ ପ୍ରଦାନ କରିଥିଲେ। ଏହି ଅବସରରେ ରିଲିଫ୍ ପାଣ୍ଠି ମାଧ୍ୟମରେ ରାଜ୍ୟର ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ସହାୟତା ପହଞ୍ଚାଇବାରେ ଏହି ଅର୍ଥରାଶି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।
ବିଶେଷକରି ରାଜ୍ୟରେ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ପରେ ରିଲିଫ୍, ପୁନର୍ବାସ ଏବଂ ପ୍ରଭାବିତ ପରିବାରଙ୍କୁ ସହାୟତା ଯୋଗାଇବ।