ପୁରୀ: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏ ଏସ୍ ଆଇ ପକ୍ଷରୁ ଶ୍ରୀମନ୍ଦିର ନାଟମଣ୍ଡପର ଅନୁଧ୍ୟାନ କାମ ସରିଛି। ଏ ଏସ୍ ଆଇ ବିଶେଷଜ୍ଞ ଟିମ, ଶ୍ରୀମନ୍ଦିର ପ୍ରଶାସନ ଓ ଏ ଏସ ଆଇର ଅଧିକାରୀଙ୍କ ସମେତ ରାଜ୍ୟସରକାରଙ୍କ ପ୍ରତିନିଧି ନାଟମଣ୍ଡପ ଫାଟକୁ ଅନୁଧ୍ୟାନ କରିଛନ୍ତି। ନାଟମଣ୍ଡପରେ ଲଗାଯାଇଥିବା କ୍ରାକ ମିଟର ରିଡିଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀମନ୍ଦିର ନାଟମଣ୍ଡପ ସ୍ତମ୍ଭରେ ଓ ବିମର ମରାମତି ସମ୍ପର୍କରେ ସବିଶେଷ ଆଲୋଚନା ହୋଇଛି। ଦୁଇ ପ୍ରକାରର ମରାମତି ପାଇଁ ଏଏସଆଇ ପ୍ରସ୍ତାବ ଦେବ। ମାର୍ଚ୍ଚ ୨୦୨୩ ସୁଦ୍ଧା ନାଟମଣ୍ଡପର ମରାମତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମିକସ କ୍ୟୁରି ଏକେ ମୋହାନ୍ତିଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ନାଟମଣ୍ଡପ ବିମରେ ଥିବା ଫାଟ ମେଲୁଛି କି ନାହିଁ ତାହାର ତର୍ଜମା କରାଯାଇଛି। ଗରୁଡ଼ ସ୍ତମ୍ଭ ଉପର ବିମରେ ଉପୁଜିଥିବା ଫାଟକୁ ଅତି ନିଖୁଣ ଭାବରେ ଯାଞ୍ଚ କରାଯାଇଛି। ଏହି ଫାଟ ମେଲୁଛି କି ନାହିଁ ଏବଂ ବିପଦ ରହିଛି କି ନାହିଁ କ୍ରାକ ମିଟର ରିଡିଙ୍ଗ ମାଧ୍ୟମରେ ତର୍ଜମା କରାଯାଇଛି। ସେପଟେ ପୂର୍ବରୁ ସେପ୍ଟେମ୍ବର ୧୭ରେ ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଆମିକସ କ୍ୟୁରି ଏନକେ ମହାନ୍ତି ଆସି ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଥିଲେ । ମାର୍ଚ୍ଚ ୨୦୨୩ ସୁଦ୍ଧା ନାଟମଣ୍ଡପର ମରାମତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।