ଦୁଷ୍କର୍ମ ଶୀକାର ହେଲେ ଦଶମ ଶ୍ରେଣୀ ଛାତ୍ରୀ; ଭିଡିଓ ଭାଇରାଲ

ଗଣ ଦୁଷ୍କର୍ମର ଶୀକାର ହେଲେ ଦଶମ ଶ୍ରେଣୀର ଛାତ୍ରୀ। ତାଙ୍କ ଶ୍ରେଣୀର ଅନ୍ୟ ପାଞ୍ଚ ଜଣ ସହପାଠୀ ମିଶି ସମ୍ପୃକ୍ତା ଛାତ୍ରୀଙ୍କ ସହ ଏପରି ନାରକିୟ କାଣ୍ଡ ଘଟାଇଛନ୍ତି। ଏହି ଘଟଣା ହାଇଦ୍ରାବାଦରେ ଥିବା ହାୟତନଗର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଅଭିଯୁକ୍ତ ଛାତ୍ରମାନେ ଏଭଳି ଅପରାଧିକ କାଣ୍ଡ ବେଳେ ଏହାର ଭିଡିଓ ମଧ୍ୟ ରେକର୍ଡ କରିଛନ୍ତି। ଏହି କଥା କାହାକୁ ଜଣାଇଲେ ସେହି ଭିଡିଓକୁ ଭାଇରାଲ୍‌ କରିବେ ବୋଲି ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଧମକ ମଧ୍ୟ ଦେଇଛନ୍ତି।

କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଘଟଣାଟି ଚଳିତ ବର୍ଷ ଅଗଷ୍ଟରେ ହୋଇଥିଲା। କିନ୍ତୁ ସେହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରୁ ପୀଡ଼ିତାଙ୍କ ବାପା ମା ଏ ବିଷୟରେ ଜାଣିଥିଲେ। ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ସୂଚନାଥାଉକି, ପୀଡ଼ିତା ଛାତ୍ରୀଙ୍କୁ ପ୍ରଥମେ ଦୁଷ୍କର୍ମ କରିବାର ୧୦ ଦିନ ପରେ ମଧ୍ୟ ଅଭିଯୁକ୍ତମାନେ ପୁଣି ତାଙ୍କ ସହିତ କୁକର୍ମ କରିଥିଲେ। ଅଭିଯୁକ୍ତ ସେହି ଦୁଷ୍କର୍ମ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ୍‌ କରିଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତା ଛାତ୍ରୀଙ୍କ ବାପା ମା ପୋଲିସ ପାଖେ ଅଭିଯୋଗ କରିଛନ୍ତି।