ଅର୍ଚ୍ଚନା ନାଗ ଗିରଫ ମାମଲାରେ ନୂଆ ଟ୍ୱିଷ୍ଟ । ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ବୟାନ ପରେ ସାମ୍ନାକୁ ଆସିଛି ଅର୍ଚ୍ଚନାଙ୍କ ପୁରୁଣା ଅଭିଯୋଗ । ଯେଉଁଥିରେ ଅନେକ ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି । ପ୍ରମୋଦ ସ୍ଵାଇଁ ତାଙ୍କୁ କେମିତି ବ୍ଲାକମେଲ୍ କରୁଥିଲେ ତାର ଖୁଲାସା କରିଛନ୍ତି ଅର୍ଚ୍ଚନା ନାଗ। ପ୍ରଯୋଜକ ପ୍ରମୋଦଙ୍କ ବିରୋଧରେ ସେ ଅନେକ ସଙ୍ଗୀନ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ୨୦୧୭ରେ ଅର୍ଚ୍ଚନା ନାଗ ମହିଳା ଥାନାରେ ଏକ ଅଭିଯୋଗ କରିଥିଲେ । ସେ ନିଜ ଅଭିଯୋଗରେ କହିଥିଲେ ଯେ, ପ୍ରମୋଦ ସ୍ଵାଇଁ ତାଙ୍କୁ ବ୍ଲାକ ମେଲିଂ କରୁଥିଲେ। ନୂଆ ଫିଲ୍ମରେ ସୁଯୋଗ ଦେଇ ତାଙ୍କୁ ଷ୍ଟାର କରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆରମ୍ଭରୁ ମାସକୁ ୫ ହଜାର ଟଙ୍କା ଦେବେ ବୋଲି ମଧ୍ୟ କହିଥିଲେ ।
ଏପରିକି ଚାକିରୀ ଏବଂ ଘର ଦେବାର ସୁନେଲି ସ୍ଵପ୍ନ ଦେଖାଇଥିଲେ। ତେବେ ପ୍ରତିଶ୍ରୁତି ଆଳରେ ମୋର କିଛି ନଗ୍ନ ଫଟୋ ଉଠାଇ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ । ତାଙ୍କ ସହ ଶାରୀରିକ ସଂପର୍କ ନରଖିଲେ ସ୍ୱାମୀକୁ କହିଦେବେ ବୋଲି ପ୍ରମୋଦ ସ୍ଵାଇଁ ଧମକ ଦେଉଥିଲେ ବୋଲି ଅର୍ଚ୍ଚନା କହିଛନ୍ତି ।