ନୀଳଗିରି ଭଳି ଆଦିବାସୀ ବହୁଳ ଅଞ୍ଚଳର ବିକାଶ ପାଇଁ ପୁଣି ଅଞ୍ଚଳବାସୀଙ୍କ ସ୍ୱପ୍ନ ପୂରଣ କଲେ ବିଧାୟକ ଇଂ ସୁକାନ୍ତ କୁମାର ନାୟକ । ତାଙ୍କ ପ୍ରଚେଷ୍ଟାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପରେ ମୁଖ୍ୟମନ୍ତ୍ରୀ ଏକ ସରକାରୀ ଆଇଟିଆଇ ପାଇଁ ଅନୁମୋଦନ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ୨୫ ଟି ପଞ୍ଚାୟତକୁ ଗଠିତ ନୀଳଗିରି ବ୍ଲକରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଆତ୍ମ ନିର୍ଭରଶୀଳ ହେବା ପାଇଁ ବିଧାୟକ ଇଂ ନାୟକ ଅଣ୍ଟା ଭିଡିଛନ୍ତି। ସରକାରୀ ଆଇଟିଆଇ ପ୍ରତିଷ୍ଠା ପାଇଁ ସେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ।
ତେବେ ଏହା କେତେଦୂର କାର୍ଯ୍ୟକାରୀ ହୋଇଛି ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଉତ୍ତରରେ ନୀଳଗିରି ବ୍ଲକରେ ଗୋଟିଏ ସରକାରୀ ଆଇଟିଆଇ ପ୍ରତିଷ୍ଠା ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ଉଲ୍ଲେଖ କରିଛନ୍ତି। ସରକାରୀ ଆଇଟିଆଇ ନିଳଗିରିରେ ପ୍ରତିଷ୍ଠା ତଥା କାର୍ଯ୍ୟକାରିତା ପାଇଁ SDTE ବିଭାଗ ଅଧିକ ଆବଶ୍ୟକ ପଦକ୍ଷେପ ନେଉଛି । ଏହି ନୂତନ ସରକାରୀ ITI ନୀଳଗିରି NAC ଏବଂ ଏହାର ପଡୋଶୀ ଅଞ୍ଚଳର ଛାତ୍ରମାନଙ୍କ ପାଇଁ ବିଶେଷ ଭାବରେ ଆଦିବାସୀ ଛାତ୍ରମାନଙ୍କ ପାଇଁ ସହାୟକ ହେବ ବୋଲି ଉତ୍ତର ଦେଇଛନ୍ତି ମନ୍ତ୍ରୀ । ତେବେ ଏହି ଖୁସି ଖବର ପାଇ ନୀଳଗିରିବାସୀ ବିଧାୟକଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ଜଣାଇଛନ୍ତି ।