ପଦ୍ମପୁରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୁହାନୀ । ଉପନିର୍ବାଚନରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।
ତେବେ ଏହି ଗସ୍ତ ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଯେଉଁ ସବୁ ଅଭିଯୋଗ ରହିଛି । ସବୁ ଦିଗକୁ ନେଇ ତର୍ଜମା ଚାଲିଛି । ଖୁବଶୀଘ୍ର ସେସବୁ ଉପରେ ପଦକ୍ଷେପ ନିଆଯିବ । ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପ୍ରକ୍ରିୟା ସାରିବା ଉପରେ ପ୍ରାଥମିକ ଦିଆଯାଉଛି।
ସୂଚନାଯୋଗ୍ୟ ଯେ, ଡିସେମ୍ବର ୫ ତାରିଖରେ ପଦ୍ମପୁରରେ ଉପ-ନିର୍ବାଚନ ହେବାକୁ ଯାଉଛି । ଏଥି ସବୁ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ନିଜ ନିଜ ଷ୍ଟାର ପ୍ରଚାରକ ଭୋଟର ମନ ଜିଣିବାକୁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ନିର୍ବାଚନକୁ ସୁରଖୁରୁ ସଂପନ୍ନ କରିବାକୁ କେନ୍ଦ୍ରୀୟ ଫୋର୍ସ ଏବଂ ଓଡିଶା ପୋଲିସର ଯବାନମାନଙ୍କୁ ନିୟୋଜିତ କରାଯାଇଛି । ଆଉ ଦିନ କେଇଟା ପରେ ପ୍ରଚାର ମଧ୍ୟ ଶେଷ ହୋଇଯିବ।