ଗ୍ରୀଷ୍ମକାଳୀନ ଶିବିର କର୍ମଶାଳା ଆୟୋଜନ

ପରିବେଶ ସୁରକ୍ଷାର ବାର୍ତ୍ତା, ଭାଗ ନେଲେ ଛାତ୍ରଛାତ୍ରୀ

କଲ୍ୟାଣ ସିଂହପୁର, ୨୯/୦୯(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସାଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷାର୍ଥୀ ମାନଙ୍କୁ ନେଇ ପ୍ରଚଣ୍ଡ ରୌଦ୍ର ତାପ ପରେ ବର୍ଷାର ଆଗମନରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ  ଏକ ଦିନିକିଆ ଗ୍ରୀଷ୍ମ କାଳୀନ ଶିବିର କର୍ମଶାଳା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀ ମାନେ ବିଭିନ୍ନ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟକଳାପ ତଥା ମଞ୍ଜିରୁ କିପରି ମାଟି ସାହାର୍ଯ୍ୟରେ ବଲ ପ୍ରସ୍ତୁତ କରିବା, ନଡ଼ିଆ କତା ଓ ସଢ଼େଇକୁ ନେଇ ଖେଳନା ପ୍ରସ୍ତୁତ କରିବା, ଅଦରକାରୀ କାଗଜରେ ବ୍ୟାଗ ଓ କ୍ରାଫ୍ଟ ପ୍ରସ୍ତୁତି, କପଡ଼ା ବ୍ୟାଗ ର ତିଆରି ଓ ବ୍ୟବହାର କରିବା, ବୃକ୍ଷରେ କ୍ୟୁ ଆର୍ କଡ୍ ମାଧ୍ୟମରେ ବୃକ୍ଷକୁ ଚ଼ିହ୍ନିବା, କମ୍ପୋଷ୍ଟ  ଖତ ପ୍ରସ୍ତୁତି, ଔଷଧିୟ ବୃକ୍ଷ ଚ଼ିହ୍ନଟ, ବୃକ୍ଷର ପତ୍ର ଚ଼ିହ୍ନ ଟ କୁ ନେଇ ପୁସ୍ତକ ପ୍ରସ୍ତୁତି, ଖୋଲା ପାଠାଗାରରେ କେବଳ ପରିବେଶ ପୁସ୍ତକ, ପରିବେଶକୁ ନେଇ ଚିତ୍ରାଙ୍କନ, ମାଟିରେ ପ୍ରସ୍ତୁତ ଖେଳନାର ପ୍ରଦର୍ଶନ ଏହିପରି ଅନେକ ବାର୍ତ୍ତାକୁ ନେଇ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି ଆୟୋଜନରେ ମୁଖ୍ୟ ଅତିଥି ଭାବେ କଲ୍ୟାଣସିଂହପୁର ବନ ବିଭାଗର ରେଞ୍ଜର ସଚ୍ଚିଦାନନ୍ଦ ପରିଡ଼ା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏବିଓ ବିଜୟ କୁମାର ସେଠୀ, ସି ଆର୍ ସି ଉମାଶଙ୍କର ବେହେରା, ବିଦ୍ୟାଳୟର ସଭାପତି ପି ଚେଲପତି ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତ ରହି ପରିବେଶ ସମ୍ବନ୍ଧୀୟ ବିଭିନ୍ନ ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମର ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ୍ କୁମାର ଗିରି ସଭାପତିତ୍ୱ ଦାୟିତ୍ୱ ତୁଲାଇଥିଲେ। ଏପରି କାର୍ଯ୍ୟକ୍ରମକୁ ସ୍ୱାଗତ ଯୋଗ୍ୟ ଏବଂ ଭାର ପ୍ରାପ୍ତ କ୍ଲବ ଶିକ୍ଷକ ତାପସ କୁମାର ଦଳାଇ କାର୍ଯକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ସହାୟତାରେ ଶିବିରଟି ସାଫଲ୍ୟ ମଣ୍ଡିତ ହୋଇଥିଲା।