ଅକ୍ଟୋବର ୮ରେ କଂଗ୍ରେସର ଓଡ଼ିଶା ବନ୍ଦ ଡ଼ାକରା

ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ

ଭୁବନେଶ୍ୱର, ୨୯/୦୯: ଆସନ୍ତା ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା। ଓଡ଼ିଶା ବନ୍ଦ ପାଇଁ ଘୋଷଣା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଓଡ଼ିଶା ବନ୍ଦରେ ସାମିଲ୍ ହେବାକୁ ଇଣ୍ଡି ମେଣ୍ଟର ସଦସ୍ୟଙ୍କୁ ଅପିଲ୍ କରିଛି କଂଗ୍ରେସ। ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ସଂଶୋଧିତ MMDRକୁ ବିରୋଧ କରି ବନ୍ଦ ଡ଼ାକରା ଦିଆଯାଇଛି। ଓଡ଼ିଶାର ସ୍ବାର୍ଥ ପାଇଁ କଂଗ୍ରେସ ସବୁବେଳେ ଲଢ଼ିବ। ଏହି ଆନ୍ଦୋଳନ ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ କରିବ।

ସୂଚନାଯୋଗ୍ୟ, ଏମଏମଡିଆର ବିଲ୍, ଏସଆଇଆର ଓ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ରାଜଧାନୀରେ ଇଣ୍ଡି ମେଣ୍ଟ ତରଫରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏମଏମଡିଆର ବିଲ୍ ପ୍ରତ୍ୟାହାର, ଏସଆଇଆର ଯୋଗୁଁ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ପୁସ୍ତକ ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ଲୋୟର ପିଏମଜିରେ ପ୍ରତିବାଦ କରିଛି କଂଗ୍ରେସ। ଏହି ୩ଟି ପ୍ରମୁଖ ଦାବି ନେଇ ଗର୍ଜିଛି ଇଣ୍ଡି ମେଣ୍ଟ। ବିକ୍ଷୋଭ ବେଳେ ପୋଲିସ ସହ ଇଣ୍ଡି ମେଣ୍ଟର ଧସ୍ତାଧସ୍ତି ମଧ୍ୟ ହୋଇଛି।