କଲ୍ୟାଣସିଂହପୁର, ୦୭/୧୦(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ସଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ ହୋଇଛି। ଆଞ୍ଚଳିକ ସାଧନ ସଂଯୋଜକ ବା ସିଆରସିସି ଶରତ କୁମାର କରକରିଆଙ୍କ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ସହ ଆୟୋଜିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳେନ୍ଦୁ ଜଇନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଶାନ୍ତି କଣ୍ଡାଗରୀ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏସ ଏମ ସି ଅଧ୍ୟକ୍ଷ ପବିତ୍ର ଭତ୍ରା ସଂମ୍ମାନୀୟ ଅତିଥି ଭାବେ ମଞ୍ଚାସିନ ରହିଥିଲେ। ଆଞ୍ଚଳିକ ସାଧନା କେନ୍ଦ୍ର ମାଝୀଗୁଡାର ୧୦ଟି ବିଦ୍ୟାଳୟ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ରଛାତ୍ରୀମାନେ ମୋଟ ୬୦ରୁ ଉର୍ଦ୍ଧ୍ବ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ନେଇ ୧୩ଟି ପ୍ରତିଯୋଗିତାଗୁଡିକ ହେଲା କୁଇଜ, ବିତର୍କ, ପ୍ରବନ୍ଧଲିଖନ , ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ବକୃତା, ସଂଗୀତ, ଓଡ଼ିଆ ହସ୍ତାକ୍ଷର, ଶ୍ରୁତିଲିଖନ,ଦଳଗତ ନୃତ୍ୟ,ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ଚିତ୍ରାଙ୍କନ, ସଂଗୀତ ସଂସ୍କୃତିକ କାର୍ଯ୍ୟକ୍ରମ, ପିଏମ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଆୟୋଜନ ହୋଇଛି।ଏଥିରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ବିଭାଗର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରିବା ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୩ଜଣ ପ୍ରତିଯୋଗୀ ମାନେ ବ୍ଲକ ସ୍ତରୀୟ ସୁରଭିରେ ଭାଗ ନେବେ ବୋଲି ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ହୀରା ସ୍ୱାଇଁ ମଞ୍ଚ ପରିଚାଳନା କରିଥିବା ବେଳେ ତରଣୀ ରାମ ଶବର ଧନ୍ୟବାଦ ଅର୍ପଣ କରିଥିଲେ । ମାଝୀଗୁଡା, ପୂଜାରୀଗୁଡା, ଦୁଇଟି ଆଞ୍ଚଳିକ ସାଧନା କେନ୍ଦ୍ରରେ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କରାଯାଇଛି।
Next Post