ଦଶପଲ୍ଲା, ୧୦/୧୦: ଶନିବାର ଦିନ ଦଶପଲ୍ଲାସ୍ଥିତ ତମନ୍ନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଶନିବାର ଦିନ ସ୍ଥାନୀୟ ଥାନା ପରିସରରେ ଏକ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇତ୍ୟବସରରେ ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ୱଚ୍ଛତାର ବାର୍ତ୍ତା ଏବଂ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ସମ୍ପାଦିକା ମଧୁଲି ମଧୁସ୍ମିତାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଶପଲ୍ଲା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା, ଏଏସ୍ଆଇ ଅନନ୍ତ ବିଶ୍ଵାଳ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମିଲନ କୁମାର ସାହୁ, ଉପାଧ୍ୟକ୍ଷ ସୁଶ୍ରୀ ସୁକୃତି ମହାପାତ୍ର, ବନବାସୀ ସାଧୁଚରଣ ସଂସ୍କୃତ କଲେଜର ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ସୁମିତ୍ରା ପ୍ରଧାନ, ଏଲିନା ପ୍ରିୟଦର୍ଶନୀ, ନୀର୍ମଳା ଦେହୁରୀ, କୁନା ସାହୁ, ଜ୍ୟୋତିପ୍ରକାଶ ନାୟକ, କାଇଁଚ ସେଠୀ, ସୁଶାନ୍ତ ଦେହୁରୀ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |
Next Post