ପାଣ୍ଡରା ଦୁର୍ଗାପୂଜା ସମିତି ପକ୍ଷରୁ ତିରୁପତି ପାଣିଗ୍ରାହୀଙ୍କୁ ଭବ୍ୟ ନିମନ୍ତ୍ରଣ
ପାଣ୍ଡରା ଦୁର୍ଗାପୂଜାରେ ସାମିଲ ହେବେ ଡକ୍ଟର ତିରୁପତି ପାଣିଗ୍ରାହୀ
ଭୁବନେଶ୍ୱର, ୧୦/୧୦: ପାଣ୍ଡରା ଦୁର୍ଗାପୂଜା ସମିତିର ବାର୍ଷିକ ପୂଜା ଉତ୍ସବ ମହାସମାରୋହରେ ପାଳିତ ହେବାକୁ ଯାଉଅଛି। ଏହି ଅବସରରେ ପାଣ୍ଡରା ଅଂଚଳର ସାମଗ୍ରିକ ଉନ୍ନତି ତଥା ସଦାସର୍ବଦା ଯୁବଗୋଷ୍ଠୀଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଆସୁଥିବା ଓ ବିଶେଷକରି ପାଣ୍ଡରା ଆଞ୍ଚଳରେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରି ଅନେକଙ୍କ ପାଇଁ କର୍ମ ଯୋଗାଣ ସୃଷ୍ଟି କରି ଥିବା ପ୍ରତିଷ୍ଠାତା ଅଧକ୍ଷ ଡ଼କ୍ଟର ତିରୁପତି ପାଣିଗ୍ରାହୀଙ୍କୁ ନିମନ୍ତ୍ରଣ କରାଯାଇଛି। ଦୁର୍ଗାପୂଜା ସମିତିର ସଭାପତି ଶ୍ରୀଯୁକ୍ତ ଭଗବାନ ସୁବୁଦ୍ଧି, ଉପସଭାପତି ଶ୍ରୀଯୁକ୍ତ ବିନୋଦ କୁମାର ସାହୁ, ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ପ୍ରସନ୍ନ ବେହେରା, ଶ୍ରୀଯୁକ୍ତ ନୃସିଂହ ବେହେରା, ଶ୍ରୀଯୁକ୍ତ ବିଷ୍ଣୁ ଚରଣ ଦାସ ଓ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ଖୁବ ଉତ୍ସାହର ସହ ପୁଷ୍ପଗୁଚ୍ଛ, ଉତ୍ତରୀୟ, ନିମନ୍ତ୍ରଣପତ୍ର ସହ ସାଦର ଆମନ୍ତ୍ରଣ ଜଣାଇବା ସହ ଦୁର୍ଗାପୂଜା ଉତ୍ସବରେ ଯୋଗଦେଇ ମାଆ ସିଂହ ବାହିନୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବାକୁ ନିବେଦନ କରିଛନ୍ତି।