ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ଇଡି । ତେବେ ରିମାଣ୍ଡରେ ନେବା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆଉ କ୍ୟାପିଟାଲ ହସ୍ପିଟାଲ ନେଲାବେଳେ ଅର୍ଚ୍ଚନା ନାଗ ପ୍ରତିକ୍ରିୟା ରଖିଥିଲେ ।
ମୁହଁ ଖୋଲି କହିଥିଲେ ଏମିତି କିଛି ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା । ଅର୍ଚ୍ଚନା କହିଥିଲେ ମୁଁ ୫ ବର୍ଷର ଛୁଆର ଲୁହ ପଡିବ । ସେ ନିର୍ଦ୍ଦୋଷ, ତାର କୌଣସି ଦୋଷ ନାହିଁ । ଆହୁରି କହିଥିଲେ ମୋତେ ଫସାଇ ଦିଆଯାଇଛି । ମୁଁ ଆତଙ୍କବାଦୀ ନୁହେଁ ଯେ, ଡରିବି । ମୋ ପାଖରେ ବହୁତ କିଛି ସୂଚନା ରହିଛି । କେବଳ ୩୦ ମିନିଟ ସମୟ ଦେଲେ ମୁଁ ସବୁ ଗୁମର ଖୋଲିଦେବି ।