ଭୁବନେଶ୍ୱର, ୨୨/୧୦: ଯାଜପୁର ବଡ଼ଚଣା R&B ସବ୍ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି। ବଡ଼ଚଣା ଅଫିସ ସମେତ ଭୁବନେଶ୍ବର, ପୁରୀ, କଟକ ଘର, ଫାର୍ମ ହାଉସ୍ରେ ଚଢ଼ାଉ ହୋଇଛି।
କଟକ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ୩ ଜଣ ଅତିରିକ୍ତ ଏସ୍ ପି, ୬ ଜଣ ଡିଏସ୍ ପି ଓ ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।
ନିମ୍ନଲିଖିତ ସ୍ଥାନରେ ଚଢ଼ାଉ ଚାଲିଛି:
କଟକ ସିଡିଏ ସେକ୍ଟର-୭ରେ ଥିବା ତିନି ମହଲା କୋଠା।
ପୁରୀ ସିଦ୍ଧମହାବୀର ଅଞ୍ଚଳରେ ଥିବା ତିନି ମହଲା କୋଠା।
କଟକ ଜିଲ୍ଲା କଣ୍ଟାପଡ଼ାରେ ଥିବା ଫାର୍ମ ହାଉସ୍ ଓ ସିମ୍ପ୍ଲେକ୍ସ।
ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଝିଙ୍କିରିଆରେ ଥିବା ଦୁଇ ମହଲା ଘର।
କଟକ ୪୨ ମୌଜାର ବାଣ୍ଟୁଣିଆସ୍ଥିତ ଶ୍ୱଶୁର ଘର।
ଭୁବନେଶ୍ୱର କଣ୍ଟାବାଡ଼ରେ ଥିବା ଦୁଇ ମହଲା କୋଠା।
ବଡ଼ଚଣାସ୍ଥିତ ତାଙ୍କ କାର୍ଯ୍ୟାଳୟ।