ଭୁବନେଶ୍ୱର, ୦୧/୧୧: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୁରାସୁ’। ଆଜି ମଧ୍ୟାହ୍ନ ୧୧ଟା ୩୦ରେଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ। ବଙ୍ଗୋପସାଗରରେ କ୍ରମଶଃ ଶକ୍ତିଶାଳୀ ହେଉଛି ବାତ୍ୟା। ଦ୍ରୁତ ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି ବାତ୍ୟା। ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି ‘ମୁରାସୁ’। ଉପକୂଳ ଅତିକ୍ରମ ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।