ଭୁବନେଶ୍ୱର, ୦୧/୧୧: ଓଡିଶା ସେକ୍ରେଟାରୀଏଟ କ୍ରିକେଟ ଆସେସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଗୌରବ ମଣ୍ଡିତ ସେକ୍ରେଟାରୀଏଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨୨ତମ ସଂସ୍କରଣ ଏକ ବର୍ଣ୍ଣାଢ୍ୟ ପରିବେଶରେ ହାଇଟେକ ଷ୍ଟାଡିୟମରେ ଚେୟାରମ୍ୟାନ ଡ. ତିରୁପତୀ ପାଣିଗ୍ରାହୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଦୀର୍ଘ ବର୍ଷ ଧରି ନିଜର ସ୍ୱତନ୍ତ୍ରତା ବଜାୟ ରଖିଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଗୋଟି ଦଳ ଅଂଶଗ୍ରହଣ କରିଛନ୍ତି । ଟୁର୍ଣ୍ଣାମେଣ୍ଟ ଟି ଲିଗ କମ୍ ନକଆଉଟ ବେସିସରେ ଖେଳାଯିବାକୁ ସ୍ଥିରିକୃତ ହୋଇଛି । ସମସ୍ତ ଶନିବାର ଓ ରବିବାରରେ ମ୍ୟାଚ ଗୁଡିକ ଖେଳାଯିବାକୁ ସ୍ଥିର ହୋଇଥିବା ବେଳେ ସମସ୍ତ ଅଂଶଗ୍ରହଣକାରୀ ଦଳଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତାରୁ ଟିକେ ଦୂରେଇ ରହି ନିଜକୁ ସୁସ୍ଥ ରହିବାକୁ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏକ ମାଧ୍ୟମ ହୋଇଥିବାରୁ ଉପସ୍ଥିତ ଅତିଥି ମାନେ କ୍ରିକେଟ ଆସୋସିଏସନକୁ ସାଧୁବାଦ ଜଣାଇଛନ୍ତି । ସେକେଟାରୀଏଟ କ୍ରିକେଟ ଆସୋସିଏସନର କାର୍ଯ୍ୟକାରୀ ସଭାପତି ଶଶାଙ୍କ ଶେଖର ମହାପାତ୍ର ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସାଧାରଣ ସଂପାଦକ ସଞ୍ଜୀବ କୁମାର ମିଶ୍ର ଟୁର୍ଣ୍ଣାମେଣ୍ଟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ଅତିଥିଙ୍କ ମଧ୍ୟରେ ହାଇଟେକ ମେଡିକାଲ କଲେଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ମାଲକିନ ବେହେରା, ଗିରିଶ ପାତ୍ର, ଏନ ରାମା ରାଓ, ପ୍ରଫେସର ଡ. ସୁବାଷ ନାୟକ, ଡ. ଜ୍ୟୋର୍ତିମୟ ପଣ୍ଡା, ସିଇଓ ଡ. ଆଏସା ଗୁନେଗା, ଲଳିତ ମହାନ୍ତି, କ୍ରୀଡା ପରିଚାଳକ ସୁରେଶ କୁମାର ନାୟକ ଏବଂ ଓଡିଶା ସେକ୍ରେଟାରୀଏଟ କ୍ରିକେଟ ଆସୋସିଏସନର ଯୁଗ୍ମ ସଂପାଦକ ନୃସିଂହ ଚରଣ ପୃଷ୍ଟି, ଗିରିଶ କୁମାର ଦିଗଲ, ଅବିନାଶ ଖଣ୍ଡୁଆଳ, କେ ରାମା ରାଓ, ତ୍ରିଲୋଚନ ବାରିକ, ଦେବାଶିଷ ସିଂ, ସୁମିତ ବାରିକ, ଦୀନେଶ, ପଦ୍ମଚରଣ ରାଉତ ଓ ଲିଙ୍ଗରାଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।