କଲ୍ୟାଣ ସିଂହପୁର, ୦୧/୧୧ (ନିପ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର କଦଳିଚୁଆଁ ଗାଁରେ ଦନ୍ତା ହାତୀର ଆତଙ୍କ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ସେକ୍ସନ ବୁଡ଼ାଗୁଡ଼ା ପଞ୍ଚାୟତରେ ଏକ ଦନ୍ତା ହାତୀର ଆତଙ୍କ । ଗତ କିଛି ଦିନ ହେବ ତିନିଟିକିଆ ହାତୀ ପୋଲ ଶିକରପାଇ ପଞ୍ଚାୟତ ଅଧିନସ୍ତ ଚକ୍ର କଲାଙ୍ଗ ଗାଁ ପାର୍ଶ୍ଵ ପାହାଡ଼ରେ ବସା ବାନ୍ଧିଥିଲେ । ସେଥି ମଧ୍ୟରୁ ଏକ ଦନ୍ତା ନିଜ ସାଥି ମାନଙ୍କୁ ଛାଡ଼ି ବୁଡ଼ାଗୁଡ଼ା ପଞ୍ଚାୟତ କଦଳିଚୁଆଁ ଗାଁ ମୁଣ୍ଡ ଦେଇ ଯିବାରୁ ଲୋକେ ଆତଙ୍କିତ ଓ ଭୟଭୀତ ହୋଇ ପଡିଥିଲେ | ଦିନକୁ ଦିନ ବନ୍ୟ ଜନ୍ତୁ ମାନଙ୍କୁ ଖାଦ୍ୟ ଅଭାବ ହେତୁ ଖାଦ୍ୟ ଅନୁସନ୍ଧାନ କରି ସହରୀ ମୁହାଁ ହୋଇପଡୁଛନ୍ତି । ଏମାନେ ଜଙ୍ଗଲରୁ ବାହାରି ଚାଷ ଜମିରେ ପଶି ଅମଳ ଖାଇବା ସହ ପାଦରେ ମାଡ଼ି ଦୋଳି ଚକଟି କପା ସମେତ ବିଭିନ୍ନ ଫସଲ ନଷ୍ଟ କରିବାରେ ଲାଗିଛନ୍ତି | ଗତ କିଛି ଦିନରୁ ଅଞ୍ଚଳରେ ହାତୀପଲ ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ହାତୀ ଭୟରେ ଚାଷ ଜମିକୁ ଯିବାକୁ ବି ଭୟ କରୁଛନ୍ତି ଅନେକ ଗ୍ରାମବାସୀମାନେ । ଏହି କ୍ରମେ ଉକ୍ତ ଦନ୍ତା ବର୍ତ୍ତମାନ ପୋଡ଼ଚୁଆଁ ବିଜୟନଗର ମଧ୍ୟ୍ୟ ଭାଗ ପାହାଡ଼ ରେ ରହିଥିବାର ଖବର ଫୋରେଷ୍ଟର ଅଶ୍ୱିନୀ କରକରିଆ ସୂଚନା ଦେଇଛନ୍ତି କି ଦନ୍ତା ଟି ଆଜି ରାତି ନିଜ ସାଥିଙ୍କ ସନ୍ଧାନ କରି ଯାଇପାରେ ବୋଲି କହିଛନ୍ତି | ଆଉ ମଧ୍ୟ କହିଛନ୍ତି କି ଖବର ପାଇ ବନ ବିଭାଗର ଗାର୍ଡ ଦଳ ଓ ପାରା ଗାର୍ଡମାନେ ପହଞ୍ଚି ହାତୀଙ୍କ ଗତିପଥ ଉପରେ ନଜର ରଖିବା ସହ ଜନ ସାଧାରଣ ଙ୍କୁ ସତର୍କତା ଅବଲମ୍ବନ ନିମନ୍ତେ ନିବେଦନ କରି ହାତୀ କୁ ଦେଖିବା ମାତ୍ରେ ବିଭାଗ କୁ ସୂଚନା ଦେବାକୁ ନିବେଦନ କରିଛନ୍ତି |