ଅନୁଗୋଳ, ୦୧/୧୧ (ଦର୍ଶନ ନ୍ୟୁଜ୍): ଅନୁଗୋଳ ଶଙ୍କର ସିନେମା ରୋଡ୍ରେ ନଭେମ୍ବର ୨ ତାରିଖରେ ଉଦ୍ଘାଟିତ ହେବ ଅନୁଗୋଳର ନିଜସ୍ୱ ରୂପା ଅଳଙ୍କାର ପ୍ରତିଷ୍ଠାନ ‘ଚାନ୍ଦି ଉତ୍ସବ’। ଏହି ଷ୍ଟୋରରେ ରୂପାର ବିଭିନ୍ନ ଅଳଙ୍କାର ସହ ଉପହାର ସାମଗ୍ରୀ, ବାସନକୁସନ ଓ ଆଣ୍ଟିକ୍ କଲେକ୍ସନ ଉପଲବ୍ଧ ହେବ।
ଗ୍ରାହକଙ୍କୁ ଶୁଦ୍ଧତା ଓ ଗୁଣାତ୍ମକ ମାନର ଭରସା ଦେବା ପାଇଁ ପ୍ରତ୍ୟେକ ସାମଗ୍ରୀର ଶୁଦ୍ଧତା ସମ୍ପର୍କିତ ପ୍ରମାଣ ମଧ୍ୟ ପ୍ରଦାନ କରାଯିବ। ଏହା ସହ ପ୍ରତିଷ୍ଠାନ ପକ୍ଷରୁ ବାଏ-ବ୍ୟାକ୍ ପଲିସି ରଖାଯାଇଛି। ଏହି ଯୋଜନାରେ ଗ୍ରାହକମାନେ ଦୀର୍ଘ ବର୍ଷ ବ୍ୟବହାର ପରେ ରୂପା ଅଳଙ୍କାର ଫେରାଇ ୮୫ରୁ ୯୫ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ପାଇବାର ସୁବିଧା ରହିଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।
ଏନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ କମଲ ଅଗ୍ରୱାଲ, କୈଳାଶ ଅଗ୍ରୱାଲଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।