ଗଜଲଷ୍ମୀ ପୂଜା ମଣ୍ଡପରେ କୁଙ୍କୁମ ପୂଜା ଅନୁଷ୍ଠିତ

୧୦୮ ଥର ଫୁଲ ଓ କୁଙ୍କୁମ ଅର୍ପଣ କଲେ ମହିଳା

ମୁନିଗୁଡା, ୦୧/୧୧: ରାୟଗଡା ଜିଲ୍ଲା ମୁନିଗୁଡା ଗୌଡ଼ ସାହି ବୀର ବିକ୍ରମ ୟୁଥ କ୍ଲବ ପୂଜା କମିଟି ଆନୁକୁଲ୍ୟ ରେ ଚାଲିଥିବା ଗଜଲକ୍ଷ୍ମୀ ପୂଜା ମଣ୍ଡପ ରେ କୁଙ୍କୁମ ପୂଜା ମହିଳା ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇ ଯାଇଛି। ପୁରୋହିତ ଆଶିଷ ମିଶ୍ର ଓ ସନ୍ତୋଷ ସାହୁ ଙ୍କ ମିଳିତ ପୌରହିତ ଅନୁଷ୍ଟିତ ପୂଜାରେ ୪୫ରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇ ମଣ୍ଡପ ସମ୍ମୁଖରେ ପ୍ରଥମେ କଳସ ସ୍ଥାପନ ଓ ସଂକଳ୍ପ କରି ସେଥିରେ ଚନ୍ଦନ, ସିନ୍ଦୁର,ଦୀପ, ଧୂପ ଦେଇ ପୂଜାର୍ଚ୍ଚନା କରିବା ସହ କଳସ ପାଖରେ ମା’ ଲଷ୍ମୀଙ୍କ ଫୋଟୋ ରଖି ସେଥିରେ ୧୦୮ ଥର ଫୁଲ ଓ କୁଙ୍କୁମ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ। ଶେଷରେ ପୂରହିତ ସୁଶାନ୍ତ ପାଢ଼ୀ, ଶୁଭମ ମିଶ୍ର, ବଦ୍ରୀନାଥ ତ୍ରିପାଠୀ, ହରି ସାବତ ସଂକଳ୍ପ କଳସ ଗୁଡିକ ଆଳତି କରି ଉଦଯାପନୀ କରିଥିଲେ। ପୂଜା କରିଥିବା କୁଙ୍କୁମକୁ ଘରକୁ ନେଇ ପ୍ରତେକ ଦିନ ମଥାରେ ଲଗାଇଥାନ୍ତି। ଏହି ପୂଜା ମହିଳାମାନେ କରିବା ଦ୍ୱାରା ନିଜ ସ୍ୱାମୀଙ୍କ ଦୀର୍ଘାୟୁ ଏବଂ ପରିବାରର ସବୁଦିନ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ରହିବ ବୋଲି ଏକ ବିଶ୍ୱାସ ରହିଛି। ଉକ୍ତ ପୂଜାକୁ କମିଟିର ମିଟୁ ମହାରଣା, ସ୍ୱାଗତ ସୋମ୍ୟ ଲେଙ୍କା, ଗଙ୍ଗା ଦଳେଇ, ସଂଗ୍ରାମ ବଂଚୋର, ଟୁନା ବୋନଚର, ରଂଜିତ ବୋନଛର, ପିଂକୁ ନାୟକ, ଜିତେନ୍ଦ୍ର ପାତ୍ରଙ୍କ ସମେତ ବୀର ବିକ୍ରମ ୟୁଥ କ୍ଲବ ପୂଜା କମିଟିର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।