ଆଗାମୀ ୩ ଘଣ୍ଟା ପ୍ରବଳ ବର୍ଷିବ

୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୦୨/୧୧: ଆଗାମୀ ୩ ଘଣ୍ଟା ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଖୋର୍ଦ୍ଧା, କଟକ, ନୟାଗଡ଼, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଗଞ୍ଜାମ, କୋରାପୁଟ, ରାୟଗଡା, ଗଜପତି ଓ ମାଲକାନଗିରିକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।

ସେହିପରି ଟ୍ବିନ ସିଟି କଟକ ଓ ଭୁବନେଶ୍ବର ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବିଭିନ୍ନ ସ୍ଥାନରେ ବର୍ଷା ସହିତ ଘଡଘଡି ସମ୍ଭାବନା ରହିଛି।