ବିଧାୟିକା ଭାବେ ଶପଥ ଗ୍ରହଣ କଲେ ବର୍ଷା ସିଂ ବରିହା

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ ବିଜୟ ହାସଲ କରିବା ପରେ ବର୍ଷା ସିଂ ବରିହା ଆଜି ଶପଥ ଗ୍ରହଣ କରିଛନ୍ତି। ବିଧାୟିକା ଭାବେ ବିଧାନସଭାରେ ତାଙ୍କୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସମୟରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ମନ୍ତ୍ରୀ ଟୁକୁନି ସାହୁ ଓ ରୀତା ସାହୁ ଙ୍କ ସମେତ ସୁଶାନ୍ତ ସିଂ, ସ୍ନେହାଙ୍ଗୀନ ଛୁରିଆ ଏବଂ ପ୍ରଫୁଲ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଶପଥ ନେବା ପୂର୍ବରୁ ଗତ ଶନିବାର ବର୍ଷା ବାଚସ୍ପତି ଶ୍ରୀ ଆରୁଖଙ୍କ ସରକାରୀ ବାସଭବନକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବାଚସ୍ପତିଙ୍କୁ ଭେଟିବା ପରେ ବର୍ଷା କହିଛନ୍ତି ଯେ ମୁଁ ଆଜି ବାଚସ୍ପତିଙ୍କ ଆଶୀର୍ବାଦ ନେବାକୁ ଆସିଥିଲି।