ନୂଆଁଖାଇ ଭେଟଘାଟରେ ଗୁରୁ ଭଗବାନ ସାହୁଙ୍କୁ ସ୍ମରଣ, ଡ. ଚିତ୍ତରଞ୍ଜନ ନାହାକଙ୍କୁ ସମ୍ମାନ
“ଗୋଟିଏ ଦିନରେ ନୂଆଁଖାଇ ଏବଂ ଗୁରୁ ଭଗବାନ ସାହୁ” ଶିର୍ଷକ କବିତା ଆସର ଅନୁଷ୍ଠିତ
ସମ୍ବଲପୁର, ୦୬/୧୧ , ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ବରଗଡ଼ ପକ୍ଷରୁ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଗୋଟିଏ ଦିନରେ ନୂଆଁଖାଇ ପାଳନ ପଛର ମହାନାୟକ ଲୋକ ମହୋତ୍ସବର ଜନକ କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ବିଶାଳ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅବସରରେ ରବିନ ଚନ୍ଦ୍ର ଦାସଙ୍କ ରଚିତ ଗୁରୁ ଭଗବାନ ସାହୁଙ୍କ ଜୀବନିର ହିନ୍ଦୀ ଅନୁବାଦକ ଏମ ସି ଏଲ ର ହିନ୍ଦୀ ଅନୁବାଦକ ଡ଼ ଚିତ୍ତରଞ୍ଜନ ନାହାକଙ୍କୁ ସମ୍ମାନିତ କରାଯାଇଛି। କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଲୁଲୁ ରବିନ ଦାସଙ୍କ ଆବାହକତ୍ୱରେ ବରଗଡ଼ ଯଦୁମଣି ପ୍ରଧାନ ଅଡିଟୋରିୟମରେ ଏହା ଅନୁଷ୍ଠିତ ହୋଇଥିଲା। ଦଧିବାବନ ଶତପଥିଙ୍କ ସଭାପତିତ୍ବରେ , ସମ୍ପାଦକ ତୁଳସୀ ଚରଣ ଦାଶ ବିବରଣୀ ପାଠ କରିଥିଲେ। ପ୍ରଦୀପ ଦେବତାଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ, ସମ୍ମାନିତ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଡ ଚିରବ୍ରତ ଦତ୍ତ ଟେକଚାନ୍ଦ ଦୁଆନ, ମୁଖ୍ୟ ବକ୍ତା ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର, ପ୍ରମୁଖ ଯୋଗଦାନ କରି ଗୁରୁ ଭଗବାନ ସାହୁଙ୍କ ଜୀବନୀ ହିନ୍ଦୀ ଅନୁବାଦ ହେବା ଦ୍ବାରା ଗୁରୁ ଭଗବାନ ସାହୁଙ୍କ ଅବଦାନ ଭାରତ ବର୍ଷରେ ସୁଦୂର ପ୍ରସାରି ହେବ ବୋଲି ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ୪ ଜଣ ବିଭିନ୍ନ ଧର୍ମର ଧର୍ମ ଗୁରୁଙ୍କୁ ସମ୍ମାନିତ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। “ଗୋଟିଏ ଦିନରେ ନୂଆଁଖାଇ ଏବଂ ଗୁରୁ ଭଗବାନ ସାହୁ” ଶିର୍ଷକ କବିତା ଆସର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବିରାଟ ଜନସମାଗମ ହୋଇଥିଲା। ଗୁରୁ ଭଗବାନ ସାହୁଙ୍କ ଶିଷ୍ୟ ଗବେଷକ ଶାସ୍ତ୍ରୀୟ ଶବ୍ଦନୃତ୍ୟ ଗୁରୁ ଭାଗବତ ପଧାନ (ଭାଗବତିଆ), ବ୍ୟଙ୍ଗ କବି ମନୋରଞ୍ଜନ ସାହୁ, ବିଶିଷ୍ଟ ସାହିତ୍ୟିକ ଉତ୍ପନ୍ନ କୁମାର ଭୋଇ, ନେତ୍ରାନନ୍ଦ ପ୍ରଧାନ, ଭବାନୀଶଙ୍କର ଭୋଇଙ୍କ ସମେତ ଅନେକ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ। ଡ଼ ଚିତ୍ତରଞ୍ଜନ ନାହାକଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।