ମୁନିଗୁଡା କ୍ରିକେଟ ଲିଗ ସିଜନ-୨ ପାଇଁ ଖେଳାଳି ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ
୮ଟି ଫ୍ରାଞ୍ଚାଇଜର ମାଲିକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଉଦଘାଟିତ
ମୁନିଗୁଡା, ୦୮/୧୧ (ରାଜୀବ ଲୋଚନ ଦାସ): ମୁନିଗୁଡାର ସ୍ଥାନୀୟ ଫୋରେଷ୍ଟ ଅଫିସ ଟ୍ରେନିଙ୍ଗ ହୋଲ ପରିସରରେ ମୁନିଗୁଡା କ୍ରିକେଟ ଲିଗ ସିଜନ-୨ ର ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡା କ୍ରିକେଟ ଲିଗର ସ୍ୱାଗତସୌମ୍ୟ ଲେଙ୍କା,କବିରାଜ ବନଞ୍ଚର ଓ ଆଲଫେଡ଼ ଫ୍ରାଙ୍କଲିନ ଲିମାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ନିଲାମ କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲ୍ଲା କ୍ରିକେଟ ଆସୋସିଏସନର ସଦସ୍ୟ ଚତୁର୍ଭୁଜ ବୋନଛର,ଏମସିଏଲ ଉପଦେଷ୍ଟା ଅନିଲ ତାରିଣୀ,ସମାଜସେବୀ ପୂର୍ଣଚନ୍ଦ୍ର ଗୌଡ଼, ମୁନିଗୁଡା କ୍ରିକେଟ ଆସୋସିଏସନ ସଭାପତି ନନ୍ଦ କିଶୋର ପଟ୍ଟନାୟକ, ସମ୍ପାଦକ ବାଳକୃଷ୍ଣ ରଥ,ଚେୟାରମ୍ୟାନ ଘନଶ୍ୟାମ ମାର୍ଥା ଭାଇସ ଚେୟାରମ୍ୟାନ ଜି.କୁମାର ରାଜୁ,ସମାଜସେବୀ ପ୍ରଶାନ୍ତ ମାଦଳା, ଶରତ ସାହୁ,ପ୍ରମୁଖଙ୍କ ସମେତ ୮ଟି ଫ୍ରାଞ୍ଚାଇଜର ମାଲିକ ମାନେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ନିଲାମର ଉଦଘାଟନ କରିଥିଲେ। ପରେ ନରେଶ ସ୍ପୋର୍ଟ,ଏମସି ରୟାଲ,ଶ୍ରୀରାମ କଲେକ୍ସନ,ପାଇକସାହି ଇଗେଲ, ସାଇନାଥ ୱାରିଅର,ଗୋବର୍ଦ୍ଧନ ଷ୍ଟ୍ରାଇକର,ୟଙ୍ଗ ଫାଇଟର ଇଲେଭେନ, ଭୈରବ ୱାରିଅର ପ୍ରମୁଖ ୮ଟି ଫ୍ରାଞ୍ଚାଇଜର ମାଲିକ ମାନେ ନିଜ ନିଜ ଟିମ ପାଇଁ ଗୋଟିଏ ଟିମରେ ୧୫ ଜଣ ଲେଖାଏଁ ଖେଳାଳି ନୀଲାମରେ ଚୟନ କରିଥିଲେ,ଉକ୍ତ କ୍ରିକେଟ ଲିଗରେ ମୁନିଗୁଡା ଓ ବିଷମକଟକ ବ୍ଲକରୁ ମୋଟ ୧୬୦ ଜଣ ଖେଳାଳି ପଞ୍ଜିକରଣ କରିଥିଲେ,ଏହି ନିଲାମରେ ଖେଳାଳୀ ଉଦୟଚନ୍ଦ୍ର କୃଶିକା ସର୍ବାଧିକ ୬୧୦୦ ପୋଏଣ୍ଟ,ଅଜିତ ଗନ୍ତାୟତ ୪୬୦୦ ପୋଏଣ୍ଟ,ମଣ୍ଟୁ ରାଉଳ ଓ ସଞ୍ଜୟ ତୁଇକା ୪୪୦୦, ଅଜୟ ପୂଜାରୀକୁ ୪୧୦୦ ପୋଏଣ୍ଟରେ ନିଜ ନିଜ ଟିମ ପାଇଁ କ୍ରୟ କରିଥିଲେ। ଉକ୍ତ ନିଲାମ କାର୍ଯ୍ୟକ୍ରମକୁ ଏମସିଏଲର ସଭାପତି ଅଜୟ ଶବର, ସୁନୀଲ ଶବର,ଶିବା,ଲୁଲୁ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ପରିଚାଳନା ଓ ସହଯୋଗ କରିଥିଲେ।