ମୁନିଗୁଡାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ଦୁଇ ମହିଳା ଗିରଫ

ମୁନିଗୁଡା, ୦୯/୧୧ (ରାଜୀବ ଲୋଚନ ଦାସ): ରାୟଗଡା ଜିଲ୍ଲା ମୁନିଗୁଡା ବସ୍ ଷ୍ଟାଣ୍ଡରୁ ଗଞ୍ଜେଇ ଜବତ କରିଛି ମୁନିଗୁଡା ପୋଲିସ। ଏହି ମାମଲାରେ ଦୁଇ ଜଣ ମହିଳାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ମୁନିଗୁଡା ଆଇଆଇସି ଳଲିତ ମୋହନ ସାଗର ସୂଚନା ଦେଇଛନ୍ତି। ଏହି ଗଞ୍ଜେଇ ଚାଲାଣ ବେଳେ ମୁନିଗୁଡା ପୋଲିସ ଖବର ପାଇ ବସ୍ ଷ୍ଟାଣ୍ଡରେ ଜଗି ରହିଥିଲା। ତେବେ ଗଞ୍ଜେଇ ଭର୍ତ୍ତି ବ୍ୟାଗ କେଉଁ ଆଡେ ଚାଲାଣ ହେଉଥିଲା ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଅତିରିକ୍ତ ତହସିଲଦାର ବ୍ରଜ ଗୋପାଳ ଦାସଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିବା ବେଳେ ଉକ୍ତ ଗଞ୍ଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ସେକଣ୍ଡ ଅଫିସର ଉର୍ମିଳା ସେଠି, ହୋମଗାର୍ଡ଼ କମାଣ୍ଡେଣ୍ଟ ଟୁଲୁ ପାଢ଼ୀ, ପ୍ରଭାତୀ ରାଉଳ, ସୁବାସିନୀ ରାୟ, ସଂଯୁକ୍ତା ନୁଦୁରୁକା, ସନ୍ତୋଷ ଶବର ପ୍ରମୁଖ ଗଞ୍ଜେଇ ଜବତ ବେଳେ ଉପସ୍ଥିତ ଥିଲେ।