ଭୁବନେଶ୍ୱର, ୧୩/୧୧: ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ଶୁକ୍ରବାର ଲୋକଭବନରେ ସାକ୍ଷାତ କରିଛନ୍ତି ଭାରତୀୟ ନୌସେନାର ମୁଖ୍ୟ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ। ଏହି ସାକ୍ଷାତକାର ସମୟରେ ସାମୁଦ୍ରିକ ସୁରକ୍ଷା, ଜାତୀୟ ସ୍ୱାର୍ଥର ସୁରକ୍ଷାରେ ଭାରତୀୟ ନୌସେନାର ଭୂମିକା ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।
ଦେଶର ସାମୁଦ୍ରିକ ସ୍ୱାର୍ଥର ସୁରକ୍ଷା କରିବା ସହ ଜାତୀୟ ବିକାଶରେ ଭାରତୀୟ ନୌସେନାର ଅବଦାନ ଉପରେ ଉଭୟ ଗୁରୁତ୍ୱ ଦେଇଥିଲେ। ଏଥିସହ ଦେଶ ପାଇଁ ନୌସେନାର ପୂର୍ବତନ ଅଧିକାରୀ ଓ କର୍ମଚାରୀଙ୍କ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କ କଲ୍ୟାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବା ବିଷୟରେ ଆଲୋଚନା ହୋଇଥିଲା।