କିଷ୍ଟରେ ‘ମେସିନ୍ ଲଣ୍ଡିଂ ଓ ଜିଓସ୍ପେସିଆଲ୍ ଡାଟା ଆନାଲିସିସ୍’ ଜାତୀୟ ବୈଷୟିକ ଆଲୋଚନାଚକ୍ର
ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ଗବେଷଣାକୁ ଗୁରୁତ୍ୱ
ଭୁବନେଶ୍ୱର, ୧୬/୧୧: ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଜଟଣୀସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ କୋଣାର୍କ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (କିଷ୍ଟ) ପରିସରରେ ‘ମେସିନ୍ ଲଣ୍ଡିଂ ଅନ୍ ଜିଓସ୍ପେସିଆଲ୍ ଡାଟା ଆନାଲିସିସ୍’ ଶୀର୍ଷକ ଏକ ବୈଷୟିକ ଆଲୋଚନାଚକ୍ର ମହାସମାରୋହରେ ଅନୁଷ୍ଠିତ ହୋଇଛି I ଆଇଇଇଇ କୋଲକାତା ସେକ୍ସନ୍, ଆଇଇଇଇ ଜିଆର୍ଏସ୍ଏସ୍ କୋଲକାତା ଚାପ୍ଟର ଏବଂ ଅନୁଷ୍ଠାନର ସିଏସ୍ଆଇ, ଆଇଏସ୍ଟିଲ,ଏସ୍ଇଏସ୍ଆଇ ଓ ଆଇଇଟିଇ ଛାତ୍ର ଶାଖାର ମିଳିତ ସହଯୋଗରେ ଏହି ଜ୍ଞାନବର୍ଷକ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥୁଲା I ଆଲୋଚନାଚକ୍ରରେ ଦେଶର ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନ ଯାଦବପୁର ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ସୁସ୍ମିତା ଘୋଷ ଏବଂ ଆଇଆଇଟି ଭୁବନେଶ୍ବରର ସହକାରୀ ପ୍ରଫେସର ଡକ୍ଟର ଦୀପକ କୁମାର ରାଉତ ସମ୍ମାନିତ ଅତିଥ୍ ତଥା ମୁଖ୍ୟ ବକ୍ତା ଭାବେ ଅଂଶଗ୍ରହଣ କରି ବର୍ତ୍ତମାନ ସମୟରେ ମେସିନ୍ ଲଣ୍ଡିଂ ଓ ଭୂସ୍ଥାନିକ ତଥ୍ୟ ବିଶ୍ଳେଷଣର ଗୁରୁତ୍ବ ଉପରେ ବିସ୍ତୃତ ଆଲୋଚନା କରିଥିଲେ | ବୈଷୟିକ ଅଧୂବେଶନରେ ବିଶେଷଜ୍ଞମାନେ ରିମୋଟ୍ ସେ, ସାଟେଲାଇଟ୍ ଇମେଜ୍ ପ୍ରୋସେସିଂ, ଜିଓସ୍ପେସିଆଲ୍ ଡାଟା ଆନାଲିସିସ୍ ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ବାସ୍ତବ ପ୍ରୟୋଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ I ଆଲୋଚନାଚକ୍ର ମାଧ୍ଯମରେ ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଓ ଗବେଷଣାମୂଳକ କାର୍ଯ୍ୟଧାରା ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିବାର ସୁଯୋଗ ପାଇଥିଲେ I କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଷ୍ଠାନର ଡିନ୍ ପ୍ରଫେସର ଏସ୍. ଏନ୍. ପଟ୍ଟନାୟକ, ଅଧ୍ଯକ୍ଷ ପ୍ରଫେସର ଏସ୍. ଖୁଣ୍ଟିଆ ଏବଂ ସହକାରୀ ନିର୍ଦ୍ଦେଶକ ଇଂ. ଅନିଲ କୁମାର ପାଣିଗ୍ରାହୀ ଆୟୋଜକ ମଣ୍ଡଳୀର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ବର୍ତ୍ତମାନର ପ୍ରତିଯୋଗିତାମୂଳକ ଯୁଗରେ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନରହି ନୂତନ ପ୍ରଯୁକ୍ତିବିଦ୍ୟା, ଉଦ୍ଭାବନ ଓ ଗବେଷଣାମୂଳକ କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣ କରିବାକୁ ସେମାନେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ I ଡକ୍ଟର ଦେବାଶିଷ ମିଶ୍ର ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସି. ଏସ୍. ମହାନ୍ତି, ବିଶ୍ୱକଳ୍ପ ପାତ୍ର, ସଙ୍ଗୀତା ବିଶ୍ଵାଳ ଏବଂ ଶିବାନୀ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା I