ରାୟଗଡା, ୧୬/୧୧(ଦକ୍ଷ ବାଥ୍ରା): ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅଞ୍ଚଳରେ ଜଣେ ୪ ବର୍ଷ ୮ ମାସର ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ଜଣେ ୧୪ ବର୍ଷୀୟ ନାବାଳକଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି। ଘଟଣାକୁ ନେଇ ଅଞ୍ଚଳରେ ଆଲୋଚନା ଜୋର ଧରିଛି।ଅଭିଯୋଗ ପାଇବା ପରେ ଅମ୍ବାଦଳା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ ଘଟଣାର ପ୍ରକୃତ କାରଣ ଓ ସତ୍ୟାସତ୍ୟ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
ଏନେଇ ଅମ୍ବାଦଳା ଥାନାଧିକାରୀ ପ୍ରଶାନ୍ତ ସେଠୀ କହିଛନ୍ତି ଯେ, ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏଥିସହ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଉଭୟ ନାବାଳିକା ଓ ନାବାଳକଙ୍କ ଡାକ୍ତରୀ ପରୀକ୍ଷା କରାଯିବ। ପୁଲିସର ତଦନ୍ତ ଓ ଡାକ୍ତରୀ ରିପୋର୍ଟ ପରେ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।