ବାତ୍ୟା ଅକୱାନ୍ ମୁକାବିଲା ପାଇଁ ୪ ଜିଲ୍ଲାରେ ୪ ଆଇଏଏସଙ୍କୁ ଦାୟିତ୍ୱ
ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ବ୍ୟବସ୍ଥାର ତଦାରଖ ପାଇଁ ଦାୟିତ୍ୱ ବଣ୍ଟନ
ଭୁବନେଶ୍ୱର, ୧୮/୧୧: ବାତ୍ୟା ଅକୱାନ୍ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ବାତ୍ୟା ପରିଚାଳନା, ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ବ୍ୟବସ୍ଥାର ତଦାରଖ ପାଇଁ ୪ଟି ଜିଲ୍ଲାରେ ୪ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।
ଜଗତସିଂହପୁର ଜିଲ୍ଲାରେ ବାତ୍ୟା ପରିଚାଳନା ଦାୟିତ୍ୱ ବରିଷ୍ଠ ଆଇଏଏସ୍ ଯାମିନୀ ଷଡ଼ଙ୍ଗୀଙ୍କୁ ଦିଆଯାଇଛି। ସେହିପରି ପୁରୀ ଜିଲ୍ଲା ପାଇଁ ଆଇଏଏସ ଅରବିନ୍ଦ ଅଗ୍ରୱାଲଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ପରିଚାଳନା ଦାୟିତ୍ୱ ତୁଲାଇବେ ଆଇଏଏସ ସ୍ମୃତିରଞ୍ଜନ ପ୍ରଧାନ। ଅନ୍ୟପଟେ ଗଜପତି ଜିଲ୍ଲାରେ ବାତ୍ୟା ସମ୍ପର୍କିତ ପ୍ରସ୍ତୁତି ଓ ପରିଚାଳନାର ତଦାରଖ କରିବେ ଆଇଏଏସ ମାନସୀ ନିମ୍ଭାଳ।