ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ କଲା ବାତ୍ୟା ଅକୱାନ

ଝଟକା ପବନର ବେଗ ୯୦ କି.ମି.

ଭୁବନେଶ୍ୱର, ୨୦/୧୧: ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ଅକୱାନ। ସାମୁଦ୍ରିକ ଝଡ଼ ଅକୱାନର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୭ଟା ୩୦ରୁ ଆରମ୍ଭ ହୋଇ ୮ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। ଅକୱାନ ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ରହିବ ୭୦ରୁ ୮୦ କି.ମି ରହିଥିଲା। କିଛି ସ୍ଥାନରେ ଝଟକା ପବନର ବେଗ ୯୦ କି.ମି ରହିଥିଲା। ତେବେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବାକୁ ଆହୁରି ୨ ଘଣ୍ଟା ସମୟ ଲାଗିବ।

ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହୋଇ ସନ୍ଧ୍ୟା ୫ଟା ସୁଦ୍ଧା ଅବପାତର ରୂପ ନେବ। ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ। କୌଣସି ସ୍ଥାନରେ ପ୍ରବଳ, ପ୍ରବଳରୁ ଅତି ପ୍ରବଳ କିମ୍ବା ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ। ପବନ ନଥିଲେ ବି କିଛି କିଛି ସ୍ଥାନରେ ବର୍ଷା ଲାଗି ରହିବ।