ଭୁବନେଶ୍ୱର, ୨୦/୧୧: ବାତ୍ୟା ପାଇଁ ସୋମବାର ପର୍ଯ୍ୟନ୍ତ ବିଧାନସଭା ମୁଲତବୀ। ରାଜ୍ୟରେ ବାତ୍ୟା ଓ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ସୋମବାର ପର୍ଯ୍ୟନ୍ତ ବିଧାନସଭାର କାର୍ଯ୍ୟକ୍ରମକୁ ମୁଲତବୀ ରଖାଯାଇଛି। ଆସନ୍ତା ସୋମବାର ସକାଳ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ସର୍ବଦଳୀୟ ବୈଠକରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ଶୀତକାଳୀନ ଅଧିବେଶନର ଆରମ୍ଭରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ଲାଗି ରହିଛି। ଗଞ୍ଜାମ ବନ୍ୟା ପରିଚାଳନା ଓ କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରି ଆସୁଛନ୍ତି। ଫଳରେ ଲଗାତାର ତିନି ଦିନ ଧରି ବିଧାନସଭାର ସ୍ୱାଭାବିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ମଧ୍ୟ ପ୍ରଶ୍ନକାଳରେ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ପ୍ରଭାବିତ ହୋଇଥିଲା।
ଏଭଳି ସ୍ଥିତିରେ ବାତ୍ୟା ମୁକାବିଲା ଓ ରିଲିଫ୍ କାର୍ଯ୍ୟକୁ ଗୁରୁତ୍ୱ ଦେଇ ସୋମବାର ସକାଳ ୧୦ଟା ୩୦ ମିନିଟ୍ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବ।