ଭୁବନେଶ୍ବର: ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି। ଆସନ୍ତା ଜାନୁଆରି ୧୬ ତାରିଖ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୧୭ ତାରିଖ ଠାରୁ କୌଣସି ସ୍ଥାନକୁ ଘରୋଇ ବସ୍ ଚାଲିବ ନାହିଁ ବୋଲି କହିଛି। ଆଜି ଏନେଇ ଏକ ବୈଠକ ପରେ ଘରୋଇ ବସ୍ ମାଲିକ ସଂଘ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି।
ଘରୋଇ ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ୮ ଦଫା ଦାବି ପୂରଣ ନେଇ ଆଜି ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ସବୁ ଘରୋଇ ବସ୍ର ମାଲିକମାନେ ଯୋଗଦେଇଥିଲେ। ବସ୍ ମାଲିକମାନେ ସରକାରଙ୍କ ସ୍କ୍ରାପ୍ ପଲିସିକୁ ବିରୋଧ କରିଥିଲେ। ରାଜ୍ୟ ଘରୋଇ ବସ ମାଲିକ ସଂଘ ଭିନ୍ନ ଭିନ୍ନ ୮ ଦଫା ଦାବି ନେଇ ଆସନ୍ତା ଜାନୁଆରି ୧୭ ତାରିଖରୁ ରାଜ୍ୟରେ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବ।