କୋରାପୁଟ-ରାୟଗଡ ଓ କୋରାପୁଟ-କିରଣ୍ଡୁଲ ରେଳଲାଇନ୍‌ ୨୬ କିମି ହେଲା ଦୋହରୀକରଣ

କୋରାପୁଟ:କୋରାପୁଟ- କିରଣ୍ଡୁଲ (ଛତିଶଗଡ଼) ରେଳଲାଇନ୍‌ର କୋରାପୁଟରୁ ମାନବର ଓ କୋରାପୁଟ ରାୟଗଡ ରେଳଲାଇନ୍‌ କୋରାପୁଟ-ଡୁମୁରିପୁଟ ଷ୍ଟେସନ ପର୍ଯ୍ୟନ୍ତ ୨୬ କିମି ରେଳପଥ ଦୋହରୀକରଣ କାମ ସରିଲା। ଦୋହରୀକରଣ ସମ୍ପୂର୍ଣ୍ଣ ହୋଇଥିବା ନୂତନ ରେଳଲାଇନ୍‌ରେ ରେଳ ଚଳାଚଳ ନେଇ କୋଲକୋତାସ୍ଥିତ ରେଳ ବିଭାଗର ମୁଖ୍ୟ ସୁରକ୍ଷା ଅଧିକାରୀ ଅନୁଧ୍ୟାନ କରି ରେଳ ଚଳାଚଳନେଇ  ସବୁଜ ସଙ୍କେତ ଦେଇଛନ୍ତି। ଆଜି ବିଶାଖାପାଟଣା ଡିଆରଏମ ସ୍ବତନ୍ତ୍ର ଟ୍ରେନରେ ଯାତ୍ରା କରି  ସ୍ପିଡ ଟେଷ୍ଟିଂ କରିଛନ୍ତି। ପରୀକ୍ଷାମୂଳକ ଭାବେ ଯାତ୍ରା କରିବାପରେ ସେ  ସନ୍ତୋଷ ପ୍ରକଟ କରିଛନ୍ତି। ନୂତନ ରେଳ ପଥରେ ଏଣିକି ରେଳ ଚଳାଚଳ କରିବ ବୋଲି କହିଛନ୍ତି । ପୂର୍ବରୁ  ଏକ କିଆ (ସିଙ୍ଗଲ)ରେଳ ପଥ ଥିବା ଯୋଗୁଁ  ଆନେକ ସମୟରେ ଟ୍ରାଫିକ ସିଗନାଲ ମିଳିପାରୁନଥୁଲା। ଫଳରେ ରେଳ ଚଳାଚଳ ରେକିଛି ଟା ବିଳମ୍ବିତ ରହୁଥୁଲା ଏଣିକି ୨୬ କିମି ମଧ୍ୟରେ ରେଳ ଚଳାଚଳ  ସୁବିଧା ହେବ ବୋଲି କହିଛନ୍ତି। ସ୍ପିଡ ଟେଷ୍ଟିଂ କରିବା ପରେ ଖୁବ ଶୀଘ୍ର ରେଳପଥରେ ଟ୍ରେନ ଚଳାଚଳ କରିବ ବୋଲି ଡିଆରଏମ୍‌  କହିଛନ୍ତି।