ଗର୍ଭବତୀ ଥିବାରୁ ତରବରିଆ ଭାବେ କୋର୍ଟରେ ବିବାହ କରିଛନ୍ତି ଦେବୋଲିନା?

ମୁମ୍ବାଇ: ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ବିବାହ ବନ୍ଧନରେ ବାନ୍ଧି ହେବାର କଥା ତ ଆପଣ ଜାଣନ୍ତି। ଦେବୋଲିନା ତାଙ୍କ  ଜିମ୍ ଟ୍ରେନର ‌ଶାହନୱାଜ ଶେଖଙ୍କୁ ବିବାହ କରିଥିବା ବେଳେ ବିବାହ ଖୁବ୍‌ ନିରାଡ଼ମ୍ବର ଭାବେ ହୋଇଥିବା କଥା ବି ଆପଣ ଜାଣିଥିବେ ନିଶ୍ଚୟ। ଅନ୍ୟ ତାରକାମାନଙ୍କ ପରି ଗ୍ରାଣ୍ଡ୍‌ ୱେଡିଂ ଥିମ୍‌ରେ ବିବାହ ନକରି ଖୁବ୍‌ ସାଧାସିଧା ଢଙ୍ଗରେ କୋର୍ଟରେ ବିବାହ କରିଛନ୍ତି ଦେବୋଲିନା।

ତେବେ ଏହାକୁ ନେଇ ସେ ବିବାହ ଦିନରୁ ହିଁ ଟ୍ରୋଲ୍‌ ହେଉଛନ୍ତି। କେହି କେହି ଦେବୋଲିନାଙ୍କୁ ‘କଞ୍ଜୁସ୍‌’ ବୋଲି କହୁଥିବା ବେଳେ ପୁଣି କେହି ଭିନ୍ନ ମନ୍ତବ୍ୟ ଦେଇ ଟ୍ରୋଲ୍‌ କରି ଆସୁଛନ୍ତି। ତେବେ ନିକଟରେ କିନ୍ତୁ ଦେବୋଲିନାଙ୍କୁ ଏପରି ଏକ ଟ୍ରୋଲ୍‌ର ସାମ୍ନା କରିବାକୁ ପଡ଼ିଛି, ଯାହାକୁ ଶୁଣିଲେ ଯେ କେହି ବି ନାରୀ ରାଗରେ ତାତି ଉଠିବ।