ବ୍ୟାଙ୍କ ଠକେଇ: ୩ ଦିନିଆ ସିବିଆଇ ହେପାଜତକୁ ଗଲେ ଚନ୍ଦା କୋଚ୍ଚର ଓ ତାଙ୍କ ସ୍ବାମୀ

ମୁମ୍ବାଇ: ଶନିବାର ଦିନ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କୁ ୩ଦିନିଆ ସେଣ୍ଟ୍ରାଲ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ହେପାଜତକୁ ପଠାଇଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା କୋର୍ଟଙ୍କୁ କହିଥିଲେ ଯେ ତଦନ୍ତ ସମୟରେ ଉଭୟ ସହଯୋଗ କରି ନଥିଲେ। ତେଣୁ ସେମାନଙ୍କୁ ଗିରଫ କରାଯାଇଥିଲା। ତେବେ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଭିଡିଓକନ ଗ୍ରୁପକୁ  ଋଣ ଦେଣନେଣରେ ତାଙ୍କ ପଦବିର ଦୁରୁପଯୋଗ କରିଥିବା ଯୋଗୁ ଚନ୍ଦା ଏବଂ ତାଙ୍କ ସ୍ବାମୀଙ୍କୁ ଶୁକ୍ରବାର ଗିରଫ କରିଥିଲା ସିବିଆଇ।