ମୁମ୍ବାଇ: ୨୦୦୯ରେ ରିଲିଜ ହୋଇଥିବା ଜେମ୍ସ କ୍ୟାମେରନଙ୍କ ଫିଲ୍ମ ‘ଅବତାର’ ଚମତ୍କାର ଭିଜୁଆଲ୍ ସହିତ ଭାରତୀୟ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେତେବେଳେ ଭିଏଫଏକ୍ସ ଥିବା ଚଳଚ୍ଚିତ୍ରଗୁଡ଼ିକ ସେତେ ଅଧିକ ନିର୍ମାଣ ହେଉନଥିବା ବେଳେ ‘ଅବତାର’ର ଗ୍ରାଫିକ୍ସ ଲୋକଙ୍କୁ ଆବାକ୍ କରିଥିଲା। ବିଶ୍ବବ୍ୟାପୀ ‘ଅବତାର’ ପ୍ରାୟ ୩ବିଲିୟନ ଡଲାରର ବ୍ୟବସାୟ କରିଥିଲା ଏବଂ ଆଜି ପର୍ଯ୍ୟନ୍ତ ଫିଲ୍ମଟି ଦୁନିଆରେ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇରହିଛି। ଏହାର ସିକ୍ୱେଲକୁ ବର୍ଷ ବର୍ଷ ଧରି ଦର୍ଶକ ଅପେକ୍ଷା କରିଥିବା ବେଳେ ଡିସେମ୍ବର ୧୬ରେ ଅବତାର ୨’ ରିଲିଜ ହୋଇଥିଲା।