ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆଜି ‘ଏମ୍ସ୍’ରେ ଭର୍ତ୍ତି କରାଯାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।
ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଡାକ୍ତରଖାନାକୁ ନିଆଯାଇଥିବା ୬୩ ବର୍ଷୀୟ ସୀତାରମଣଙ୍କୁ ‘ଏମ୍ସ୍’ର ଏକ ‘ପ୍ରାଇଭେଟ୍ ୱାର୍ଡ’ରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିଲ୍ଲୀସ୍ଥିତ ‘ସଦୈବ ଅଟଳ’ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଅଳ୍ପ ଦିନ ପୂର୍ବେ ତାମିଲନାଡୁସ୍ଥିତ ଏକ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ କହିଥିଲେ ଯେ, ସୁଲଭ ମୂଲ୍ୟରେ ଉତ୍କୃଷ୍ଟ ମାନର ଔଷଧ ଉତ୍ପାଦନ କରୁଥିବାରୁ ଭାରତକୁ ‘ଫାର୍ମାସି ଅଫ୍ ଦି ୱାଲର୍ଡ’ ମାନ୍ୟତା ମିଳିଛି।