ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ

ଭୁବନେଶ୍ବର: ଆସନ୍ତା ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ୍ ଅଧିବେଶନ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।

ବିଧାନସଭା ଅଧିବେଶନକୁ ନଜରରେ ରଖି ରାଜଧାନୀରେ ମୁତୟନ ହେବେ ୬ ଜଣ ଆଡିସିନାଲ ଡିସିପି, ୧୧ ଜଣ ଡିଏସପି, ୧୩ ଜଣ ଇନ୍ସପେକ୍ଟର, ୬୨ ଜଣ ଅଫିସର ସମେତ ୩୦ ପ୍ଲାଟୁନ ଫୋର୍ସ । ଏମାନଙ୍କୁ ପରିଚାଳନା କରିବେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ବିଧାନସଭା ଭିତରେ ଗୁଇନ୍ଦା ବିଭାଗ ସୁରକ୍ଷା ଯୋଗାଇବେ । ବିଧାନସଭା ବାହାରେ ଓ ଗାନ୍ଧିମାର୍ଗରେ କମିସନରେଟ ପୋଲିସର କଡା ପହରା ରହିବ । ଏଥିସହିତ ଡଗ ସ୍କ୍ବାର୍ଡ, ବମ୍ବ ସ୍କ୍ବାର୍ଡଙ୍କୁ ମୁତୟନ କରାଯାଇଛି ।