ପୁଣି ବିମାନ ଭିତରେ ବିଶୃଙ୍ଖଳା, ଏୟାର ହୋଷ୍ଟେସଙ୍କୁ ଅସଦାଚରଣ କଲେ ବିଦେଶୀ ଯାତ୍ରୀ

ଭାରତରେ ବିମାନ ଯାତ୍ରୀଙ୍କ ବିଶୃଙ୍ଖଳିତ ଆଚରଣ ଧୀରେ ଧୀରେ ଚିନ୍ତାର କାରଣ ହେଲାଣି । ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା କିମ୍ବା ବିମାନ ମଧ୍ୟରେ ମାଡ଼ପିଟ କରିବା ପରି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଆଉ ଏକ ଘଟଣା ସାମନାକୁ ଆସିଛି ।

ଘଟଣାଟି ଗତ ୫ ତାରିଖରେ ଏକ ଦିଲ୍ଲୀ-ଗୋଆ ବିମାନରେ । ପୁଣି ସେହିଦିନ ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଏକ ବିମାନରେ ଜଣେ ଯାତ୍ରୀ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଖବର ଜଣାପଡ଼ିଥିଲା । ଉକ୍ତ ଘଟଣାଟି ନଭେମ୍ବର ୨୬ରେ ଘଟିଥିଲା ।