ଯାନ୍ତ୍ରିକ ତ୍ରୁଟି ପରେ ଦିଲ୍ଲୀରୁ ଭୁବନେଶ୍ବର ଆସୁଥିବା ଭିସ୍ତାରା ବିମାନର ଜରୁରୀ ଅବତରଣ

ସୋମବାର ସଂଧ୍ୟାରେ ଦିଲ୍ଲୀରୁ ଭୁବନେଶ୍ବର ଆସୁଥିବା ଭିସ୍ତାରା ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ଏହା ଫଳରେ ବିମାନଟି ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଜରୁରୀକାଳୀନ ଅବତରଣ କରିଥିଲା ।

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀରୁ ଭୁବନେଶ୍ବର ଆସୁଥିବା ଭିସ୍ତାରା ଏୟାରଲାଇନ୍ସର ଏ୩୨୦ ବିମାନରେ ସଂଧ୍ୟା ୭ଟା ୫୩ ମିନିଟରେ କେତେକ ତ୍ରୁଟି ଦେଖାଦେଇଥିଲା । ବିମାନର ହାଇଡ୍ରୋଲିକ୍ ସିଷ୍ଟମରେ ତ୍ରୁଟି ଦେଖାଯିବାରୁ ତାହାକୁ ୮ଟା ୧୯ ମିନିଟରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଏହି ଘଟଣାରେ ସବୁ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି ।