ବିମାନରେ ବୋମା ଅଛି ବୋଲି ଫୋନ୍‌ କଲ୍‌ ମିଳିବା ପରେ ଦିଲ୍ଲୀ-ପୁଣେ ସ୍ପାଇସ୍‌ ଜେଟ୍‌ରେ ହେଲା ସର୍ଚ୍ଚ ଅପରେସନ୍‌

ଦିଲ୍ଲୀ-ପୁଣେ ସ୍ପାଇସ୍‌ ଜେଟ୍‌ରେ ବିମାନରେ ବୋମା ଥିବା ନେଇ କେହି ଅଜ୍ଞାତ ବ୍ୟକ୍ତି ଏକ ଫୋନ୍‌ କଲ୍‌ କରି ଦାବି କରିବା ପରେ ଦିଲ୍ଲୀରୁ ପୁଣେ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ସ୍ପାଇସ୍‌ ଜେଟ୍‌ ବିମାନରେ ସର୍ଚ୍ଚ ଅପରେସନ କରାଯାଉଛି। ଆଜି (ଗୁରୁବାର) ସନ୍ଧ୍ୟା ୬.୩୦ରେ ବିମାନଟି ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରୁ ଉଡ଼ାଣ ଭରିବାର ଥିଲା।

ବିମାନବନ୍ଦରର ସୁରକ୍ଷାକର୍ମୀଙ୍କ ପକ୍ଷରୁ ବିମାନରେ ସର୍ଚ୍ଚ ଅପରେସନ୍‌ ଚାଲିଛି, କିନ୍ତୁ ଏପର୍ଯ୍ୟନ୍ତ କିଛି ସନ୍ଦେହଜନକ ବସ୍ତୁ ମିଳି ନାହିଁ।