ନ୍ୟାୟ ବିଭାଗ ଦ୍ୱାରା ଆଇଇସି ସଚେତନତା କାର୍ଯ୍ୟକ୍ରମ ଚାଖାଉଟି ସୁରକ୍ଷା ଆଇନ

ଖାଉଟି ଅଧିକାର ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ନ୍ୟାୟ ବିଭାଗ ପକ୍ଷରୁ “ଖାଉଟି ସୁରକ୍ଷା ଆଇନ୍‌-୨୦୧୯” ଏବଂ “କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧାଦେଶ ଏବଂ ପ୍ରତିକାର) ଆଇନ୍‌-୨୦୧୩” ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ଆଇଇସି (ସୂଚନା, ଶିକ୍ଷା ଏବଂ ଯୋଗାଯୋଗ) ଅଭିଯାନ ଆରମ୍ଭ କରାଯାଇଛି ।
ଏହି ଅଭିଯାନର ଏକ ଅଂଶ ଭାବରେ, କୋରାପୁଟରେ ପଥ ପ୍ରାନ୍ତ ନାଟକର ଆୟୋଜନ କରାଯାଇଥିଲା ଏବଂ ଏହା ଓଡିଶାର ଅନ୍ୟ ୮ଟି ଜିଲ୍ଲା ରାୟଗଡା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଇତ୍ୟାଦି ସ୍ଥାନରେ ୨୨ ଜାନୁୟାରୀ,୨୦୨୩ ପର୍ଯ୍ୟନ୍ତ ଜାରି ରହିବ ।
ଓଡିଶାର ଅନେକ ଦୂର ତଥା ଆଭ୍ୟନ୍ତରୀଣ ଗ୍ରାମରେ ଲୋକମାନେ ସେମାନଙ୍କ ମୌଳିକ ଅଧିକାର ବିଷୟରେ ସର୍ବନିମ୍ନ କିମ୍ବା ଆଂଶିକ ସଚେତନ ଥିଲେ । ତେଣୁ ଏହି ଆଇଇସି ସଚେତନତା ଅଭିଯାନ ମାଧ୍ୟମରେ ସେମାନଙ୍କ ଖାଉଟି ଅଧିକାର ଉଲଂଘନ, ପକ୍ଷପାତୀ ବାଣିଜ୍ୟ ଅଭ୍ୟାସ ଏବଂ ଗ୍ରାହକଙ୍କ ଅଧିକାର ପ୍ରତି କ୍ଷତି ପହଞ୍ଚାଇଥିବା ସମସ୍ତ ପରିସ୍ଥିତି ଇତ୍ୟାଦି ବିଷୟରେ ଅବଗତ କରାଯାଇଥିଲା । ଏହା ବ୍ୟତୀତ ମହିଳାମାନଙ୍କୁ କର୍ମକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଯୌନ ନିର୍ଯାତନା ବିଷୟରେ ଅବଗତ କରାଯାଇଥିଲା । ଯେପରିକି ଯୌାନ କାର୍ଯ୍ୟ ପାଇଁ ବାଧ୍ୟ କିମ୍ବା ଅନୁରୋଧ କରିବା, ଆପତ୍ତିଜନକ କିମ୍ବା ଅଶ୍ଲୀଳ ମନ୍ତବ୍ୟ ଦେବା, ଅଶ୍ଲୀଳ ଭିଡିଓ ଦେଖାଇବା ଏବଂ ଅନ୍ୟ କୌଣସି ଅପ୍ରୀତିକର ଶାରୀରିକ, ମୌଖିକ ଇତ୍ୟାଦି ଯୌନ ଆଚରଣ କରିବା ।
ଏହି ଆଇଇସି ଅଭିଯାନ ଭୁବନେଶ୍ୱରରେ ଅବସ୍ଥିତ ସ୍ୟାଡୋ ଆଡ୍‌ଭାଟାଇଜିଂ ଆଣ୍ଡ କମ୍ୟୁନିକେଶନ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଭାରତ ସରକାରଙ୍କ ନ୍ୟାୟ ବିଭାଗ ପକ୍ଷରୁ ଦିଶା ଯୋଜନା ଅନ୍ତର୍ଗତ ଆଇନଗତ ସାକ୍ଷରତା ଓ ଆଇନ ସଚେତନତା ଅଧିନରେ କାର୍ଯ୍ୟକାରୀ କରାଯାଇଥିଲା ।