ତୁର୍କୀ ଉପରେ ପ୍ରକୃତିର କୋପ: ୨୪ ଘଣ୍ଟାରେ ଭୂକମ୍ପର ୪ ଝଟ୍‌କା

ତୁର୍କୀରେ ୨୪ ଘଣ୍ଟା ମଧ୍ୟରେ ୪ ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ସୋମବାର ଦିନ ଭୂକମ୍ପର ୩ ଝଟ୍‌କା ଅନୁଭୂତ ହୋଇଥିବା ବେଳେ ଆଜି ପୁଣି ଥରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୯ ରେକର୍ଡ କରାଯାଇଛି। ଏହା ପୂର୍ବରୁ ସୋମବାର ଦିନ ୩ଥର ଭୂକମ୍ପରେ ଥରିଥିଲା ତୁର୍କୀ। ପ୍ରଥମେ ଭୋର ୪ଟାରେ ୭.୮ ତୀବ୍ରତାର ଭୂକମ୍ପ ହୋଇଥିଲା। ଯାହାକି ପୁରା ତାଣ୍ଡବ ରଚିଥିଲା। ଏହାପରେ ୭.୫ ଓ ୬ ତୀବ୍ରତାର ଭୂକମ୍ପ ଆସିଥିଲା। ଏହି ଭୟଙ୍କର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୪ ହଜାର ଟପିଛି । ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି.