ରାତିରେ ଶୀତ, ଦିନରେ ପ୍ରବଳ ଖରା: ବଢୁଛି ତାପମାତ୍ରା

ରାଜ୍ୟର ତାପମାତ୍ରା ଧୀରେଧୀରେ ବଢ଼ିବା ଆରମ୍ଭ କରିଛି। ତଥାପି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜାଡ଼ ଜାରି ରହିଛି। ଆସନ୍ତା ୨ ଦିନରେ ରାଜ୍ୟର ତାପମାତ୍ରା ଆହୁରି ୨ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶୀତ ନ ଯାଉଣୁ ଦିନରେ ଏବେ ପ୍ରବଳ ଖରା ହେଉଛି। ୩୪.୪ ଡିଗ୍ରି ତାପମାତ୍ରା ସହ ଆଜି ରାଜଧାନୀ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ହୋଇଥିବାବେଳେ ୧୬ଟି ସହରରେ ଦିନ ତାପମାତ୍ରା ୩୩ ଡିଗ୍ରି ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି.

ଭୁବନେଶ୍ୱର ପଛକୁ ଅନୁଗୁଳ ୩୪.୧ ଡିଗ୍ରି ସେଲସିୟସ , ନୟାଗଡ ଏବଂ ମାଲକାନଗିରିରେ ୩୪ ଡିଗ୍ରି ସେଲସିୟସ ଦିନ ତାପମାତ୍ରା ରେକର୍ଡ କରାଯାଇଛି |ଉଲ୍ଲେଖ ଥାଉ କି ଗତକାଲି ଦିନର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧଠାରେ ୩୪.୫ଡିଗ୍ରି ରେକର୍ଡ ହୋଇଥିଲା । ଏହା ପଛକୁ ଥିଲା ରାଜଧାନୀ। ରାଜଧାନୀରେ ଦିନ ତାପମାତ୍ରା ୩୪.୨ ଡିଗ୍ରି ରହିଥିଲା।