ବନ ବିଭଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲା: ନିଲମ୍ବିତ ହେବେ ଗିରଫ ୬ କର୍ମଚାରୀ

ଆଠଗଡ଼ ବନ ବିଭଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିବା ଗିରଫ  ୬ ବନ କର୍ମଚାରୀ  ନିଲମ୍ବିତ ହେବେ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଦେବୀଦତ୍ତ ବିଶ୍ୱାଳ। ସେ କହିଛନ୍ତି, ବିଭାଗୀୟ ନିୟମ ଅନୁସାରେ ଗିରଫ ହେବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କୁ ନିଲମ୍ବନ କରାଯିବ।
ରେଞ୍ଜରଙ୍କୁ ଛାଡ଼ି ଅନ୍ୟ ଅଭିଯୁକ୍ତ ବନ କର୍ମଚାରୀଙ୍କୁ ଡି ଏଫ ଓ଼ ନିଲମ୍ବନ କରିବେ। ରେଞ୍ଜରଙ୍କ ନିଲମ୍ବନ ପାଇଁ ବନ ବିଭାଗ ମୁଖ୍ୟାଳୟକୁ ସୁପାରିଶ କରିବେ ଡି ଏଫ ଓ଼।
ହାତୀ ଦାନ୍ତ ରାକେଟ ମାମଲାରେ ଅଟକ ଥିବା ବେଳେ ମୃତ୍ୟୁ ହୋଇଥିବା ଧନେଶ୍ୱରଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି। ତଦନ୍ତ ଚାଲିଥିବା ମାମଲାରେ ତାର ସମ୍ପୃକ୍ତି ଥିଲା ନା ନାହିଁ ଅନ୍ୟ ଅଧିକାରୀ ତଦନ୍ତ କରିବେ ବୋଲି ପିସିସିଏଫ କହିଛନ୍ତି।