ଭୁଶୁଡିଲା ନିର୍ମାଣାଧୀନ କାରଖାନା, ୨ ଶ୍ରମିକଙ୍କର ମୃତ୍ୟୁ

ଉତ୍ତରପ୍ରଦେଶର ଗାଜିଆବାଦରେ ଆଜି ଏକ ଦୁଃଖଦାୟକ ଘଟଣା ଘଟିଯାଇଛି | ଗାଜିଆବାଦର ଲୋନୀ ଥାନା ରୂପନଗର ଅଂଚଳର ଏକ ନିର୍ମାଣାଧୀନ କାରଖାନା ଭୁଶୁଡି ପଡିବାରୁ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି | ସେହିପରି ଏବେ ବି ଧ୍ୱଂସାବଶେଷ ତଳେ କିଛି ଶ୍ରମିକ ଚାପି ହୋଇ ରହିଥିବାରୁ ଆହତଙ୍କ ସଂଖ୍ୟା ବଢିପାରେ ବୋଲି ପୁଲିସ କହିଛି | ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଶ୍ରମିକଙ୍କୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ଶ୍ରମିକ ଫସିରହିଥିବାରୁ ଏନଡିଆରଏଫ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ଘଟଣା ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଘଟିଛି।