ବିମାନର ସାମ୍ନା ଚକରେ ତ୍ରୁଟି ଥିବା ଦେଖି ତିରୁବନନ୍ତପୁରମରେ ଜରୁରୀକାଳିନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ବିମାନର ସାମ୍ନା ଚକରେ ତ୍ରୁଟି ଥିବା ଦେଖି ତିରୁବନନ୍ତପୁରମରେ ଜରୁରୀକାଳିନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ। ଫେବ୍ରୁଆରି ୧୯ରେ ତିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଘଟଣା ଘଟିଛି। ଦୁବାଇରୁ ତିରୁବନନ୍ତପୁରମ୍ ଅଭିମୁଖେ ଆସୁଥିବା ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ସାମ୍ନା ଚକରେ ଯାନ୍ତ୍ରିକ ତ୍ରୁଟି ଦେଖିବା ପରେ ପାଇଲଟ ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ବିମାନବନ୍ଦରରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ତେବେ ତ୍ରୁଟି ଥାଇ ବି ବିମାନଟି ସୁରକ୍ଷିତ ଅବତରଣ କରିଥିବା ସହ ଭିତରେ ଥିବା ୧୫୬ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।