ଦିଲ୍ଲୀ-ଦେଓଘର ବିମାନରେ ବୋମା ଗୁଜବ, ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ

ଦିଲ୍ଲୀରୁ ଦେଓଘର ଅଭିମୁଖେ ଆସୁଥିବା ଏହି ବିମାନରେ ବୋମା ଥିବା ନେଇ ଲୋକମାନେ ଖବର ପାଇବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଦିଲ୍ଲୀରୁ ଇଣ୍ଡିଗୋ ବିମାନ ନିର୍ଦ୍ଧାରିତ ସମୟରେ ଉଡ଼ାଣ ଭରି ଦେଓଘର ଅଭିମୁଖେ ଯାତ୍ରା କରିଥିଲା । ଏହି ସମୟରେ କେହି ଜଣେ ବିମାନରେ ବୋମା ମାଡ଼ ହୋଇଥିବା ସୂଚନା ଦେଇଥିଲେ । ଏହା ପରେ ବିମାନଟି ଲକ୍ଷ୍ନୌରେ ଜରୁରୀ ଅବତରଣ କରିଥିଲା । ଏହା ପରେ ବୋମା ନିରୋଧୀ ସ୍କ୍ୱାଡ୍ ବିମାନକୁ ଭଲ ଭାବେ ଯାଞ୍ଚ କରିଥିଲା। ଏହି ସମୟରେ ଯାତ୍ରୀଙ୍କ ପ୍ରତ୍ୟେକ ଲଗେଜ୍ କୁ ଭଲ ଭାବେ ଯାଞ୍ଚ କରାଯାଇଥିଲା। ତେବେ ଯାଞ୍ଚ ବେଳେ କିଛି ମିଳିନଥିଲା।

ଅନ୍ୟ ଏକ ଘଟଣାରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଲଣ୍ଡନରେ ଅବତରଣ କରିବାକୁ ପଡ଼ିଛି । ବିମାନରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ବିମାନଟି ନରଓ୍ବେର ଆକାଶମାର୍ଗରେ ଥିବା ବେଳେ ବିମାନଟି ଜରୁରୀ ଅବତରଣ କରିଥିଲା। ଏହି ବିମାନରେ ୩୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ ବୋଲି କୁହାଯାଉଛି । ଏହା ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଏକ ନନ୍ ଷ୍ଟପ୍ ବିମାନ ଥିଲା । ବିମାନଟି ରବିବାର ରାତି ୧୧ଟା ସମୟରେ ନ୍ୟୁୟର୍କ ଛାଡ଼ିଥିଲା ଓ ସୋମବାର ରାତି ୧୧ଟା ୧୫ ସମୟରେ ନୂଆଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବାର ଥିଲା ।