ଦୁଇ ଅନଲାଇନ୍ ଚିଟଫଣ୍ଡ ଠକ ଗିରଫ

ଦୁଇ ଅନଲାଇନ୍ ଚିଟଫଣ୍ଡ ଠକଙ୍କୁ ଭୁବନେଶ୍ବର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଥିବା ଜଣାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ରୁସ୍ତମ ଖାନ ଏବଂ ମହମ୍ମଦ ହାକିମ। ଏଦୁହେଁ ହାକିମ ଆଣ୍ଡ ରୁସ୍ତମ ଫେବ୍ରିକ୍ ପ୍ରାଇଭେଟ ଲିମିଟେଡ୍, କୋଲକାତାର ନିର୍ଦ୍ଦେଶକ। ଉଭୟଙ୍କୁ ପଶ୍ଚିମବଙ୍ଗ ହାୱଡ଼ାର ଶିବପୁରରୁ ଗିରଫ କରାଯାଇଛି। ସେମାନଙ୍କୁ କୋର୍ଟଚାଲାଣ କରାଯିବା ପରେ ୫ଦିନିଆ ରିମାଣ୍ଡରେ ଆଣିଛି ଭୁବନେଶ୍ବର ଅର୍ଥନୈତିକ ଅପରାଧ ଶାଖା। ଏଯାଏ ଏମାନଙ୍କର ୧୫୦ଟି ବ୍ୟାଙ୍କ ଆକାଉଣ୍ଟ ଠାବ ହୋଇଛି। ଏଥି ମଧ୍ୟରୁ ୧୭ଟି ଆକାଉଣ୍ଟରେ ୧୦୮ କୋଟି ଟଙ୍କାର ନେଣଦେଣ ହୋଇଥିବା ଜଣାଯାଇଛି। ଏହି ଚିଟଫଣ୍ଡ କେଳେଙ୍କାରିର‌େ ୧ ହଜାର କୋଟିରୁ ଅଧିକ ଟଙ୍କାର ନେଣଦେଣ ହେବ ବୋଲି ଆକଳନ କରାଯାଇଛି।